ଚୋରି ସାମଗ୍ରୀ ସହ ଅଟୋ ଜବତ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): କ୍ୱାରେଣ୍ଟାଇନ୍ ସେଣ୍ଟର୍ ରୁ ଇନ୍ଭର୍ଟର୍ ଏବଂ ବ୍ୟାଟେରୀ ଚୋରି ଅଭିଯୋଗର ତଦନ୍ତ କରି ଗାଙ୍ଗପୁର ପୋଲିସ୍ କେସ୍ ନମ୍ବର ୨୬୨/୨୦୨୦ ରେ ଏକ ମାମଲା ରୁଜୁ କରି ଚାରି ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି ଓ ସେମାନେ ହେଲେ ବେଲଗୁଣ୍ଠା ନିକଟସ୍ଥ ସୁତୁମୁସର ଗ୍ରାମରୁ ଆସି ସୋମନାଥପଲ୍ଲୀରେ ରହୁଥିବା ରଞ୍ଜନ ସ୍ଵାଇଁ ଓରଫ୍ ଗାଣ୍ଡୁ (୨୭), ଲୁଦୁଲୁଦି ଗ୍ରାମର ସଞ୍ଜୟ ନାୟକ ଓରଫ୍ ବୁଢା (୩୮), ସିମାଞ୍ଚଳ ନାୟକ (୪୮) ଏବଂ ଭଞ୍ଜନଗର ଥାନା ଅନ୍ତର୍ଗତ ବଡ଼ ପଥରା ଗ୍ରାମର ଅରୁଣ କୁମାର ଗୌଡ଼ (୩୬) ଓ ଫେରାର ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲା ଲୁଦୁଲୁଦି ଗ୍ରାମର | ସୂଚନା ପ୍ରକାରେ ଗତ ମଇ ଏବଂ ଜୁନ୍ ମାସରେ ଓଡ଼ିଶା ଫେରୁଥିବା ପ୍ରବାସୀଙ୍କୁ ସଙ୍ଗରୋଧରେ ରଖିବା ପାଇଁ ବିଭିନ୍ନ ବିଦ୍ୟାଳୟରେ କ୍ୱାରେଣ୍ଟାଇନ୍ ସେଣ୍ଟର୍ ର ବ୍ୟବସ୍ଥା କରାଯାଇଥିଲା | ଏହି ସେଣ୍ଟର୍ ଗୁଡ଼ିକରେ ଲୋକଙ୍କୁ ଅନବରତ ବିଜୁଳି ସେବା ଯୋଗାଇ ଦେବା ପାଇଁ ପଞ୍ଚାୟତ ତରଫରୁ ଇନ୍ଭର୍ଟରର ଯୋଗାଇ ଦିଆଯାଇଥିଲା | ବର୍ତ୍ତମାନ ପ୍ରବାସୀମାନେ ନିଜର କର୍ମ ସ୍ଥଳୀକୁ ଫେରିବା ଆରମ୍ଭ କରିଥିବା ବେଳେ ବିଦ୍ୟାଳୟ ଗୁଡିକ ସଂପୂର୍ଣ୍ଣ ବନ୍ଦ ଅଛି  ଏହାର ସୁଯୋଗ ନେଇ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଲୁଦୁଲୁଦି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଏକ ଇନ୍ଭର୍ଟର ଚୋରି ହୋଇଥିବା ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜୁକ୍ତା ପାତ୍ର (୫୪) ଗତ ୧୨ ତାରିଖରେ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ | ଏହି ଏତଲାକୁ ଭିତ୍ତି କରି ପୋଲିସ୍ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଚୋରିରେ ସାମିଲ ଥିବା ସେହି ଗ୍ରାମର ଅଭିଯୁକ୍ତ ରଞ୍ଜନ, ସିମାଞ୍ଚଳ, ସଞ୍ଜୟ ଏବଂ ଇନ୍ଭର୍ଟରକୁ ୯୫୦୦ ଟଙ୍କାରେ କିଣି ଥିବା ଭଞ୍ଜନଗର ବ୍ଲକ୍ ବଡ଼ ପଥରା ଗ୍ରାମର ଅରୁଣ କୁମାର ଗୌଡ଼କୁ ଗିରଫ କରିବା ସହ ଚୋରି ଇନ୍ଭର୍ଟରକୁ ଜବତ କରିଥିଲା | ଏହା ସହ ଚୋରିରେ ବ୍ୟବହୃତ ଏକ ଅଟୋ (OR07X8425)କୁ ଜବତ କରିଥିଲା | ପୋଲିସ୍ ଚାରି ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଲୁଦୁଲୁଦି ଗ୍ରାମର (୧୭)ବର୍ଷ ନାବାଳକ ଫେରାର ହୋଇଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଧୀରେସ୍ କୁମାର ଦାସ ପ୍ରକାଶ କରିଛନ୍ତି ଓ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଆଜି ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ