ବେଲଗୁଣ୍ଠା ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ମହାନତା

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ସମଗ୍ର ବିଶ୍ୱ ସମାଜ କରୋନା ବିରୋଧରେ ଲଢ଼େଇ ଜାରି ରଖିଛି । କରୋନା ବିଗାଡି ଦେଇଛି ବିଭିନ୍ନ ବର୍ଗର ଜନସାଧାରଣଙ୍କ ଜୀବନ ଜିବିକାକୁ । ବହୁ ବର୍ଗର ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକ ମଧ୍ୟ କରୋନା ସଂକ୍ରମଣ କାରଣରୁ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବନ୍ଦ ରହିଛି । ବିଦ୍ୟାଳୟ ଗୁଡିକରେ ଅନଲାଇନ ପାଠପଢା ଚାଲୁରହିଛି । କିନ୍ତୁ ସ୍କୁଲ ଫିସ୍ ,ପ୍ରବେଶିକା ଫିସ୍ କୁ ନେଇ ଦ୍ୱନ୍ଦରେ ପଡିଛନ୍ତି ଅଭିବାବକ ମାନେ । ଗୋଟିଏ ପଟେ କରୋନା ପାଇଁ କିଛି ଅଭିଭାବଙ୍କ ଙ୍କ ଆର୍ଥିକ ଅବସ୍ଥା ଭଲ ନଥିବା ମଧ୍ୟ ଦେଖିବାପାଇଁ ମିଳିଛି । ଏହି ଅବସରରେ ବେଲଗୁଣ୍ଠା ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଛାତ୍ରଛାତ୍ରୀ ମାନଙ୍କର ଏହି ବର୍ଷର ପ୍ରବେଶିକା ଫିସ୍ ର ୫୦ ପ୍ରତିଶତ ଓ ୬ ମାସର ସ୍କୁଲ ଫିସ୍ ସମ୍ପୂର୍ଣ୍ଣ ଛାଡ କରି ନିଜ ମହାନତା ଦେଖାଇବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛି । ବିଦ୍ୟାଳୟର ସଭାପତି ତଥା ବେଲଗୁଣ୍ଠାର ବିଶିଷ୍ଟ ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର ଓ ଅନୁଷ୍ଠାନର ସମ୍ପାଦକ ଅବିନାଶ ଚୌଧୁରୀ ଅନ୍ୟ ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରି ଅଭିଭାବଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ନାମଲେଖା ଫିସ୍ ର ୫୦ ପ୍ରତିଶତ ଓ ୬ ମାସର ସ୍କୁଲ ଫିସ୍ ଛାଡ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏ ନିଷ୍ପତ୍ତିରେ ବିଦ୍ୟାଳୟର ଅଭିବାବକ ସନ୍ତୋଷ କୁମାର ସାହୁ,ଅନନ୍ତ କୁମାର ସାହୁ ଏହା ଏକ ମହାନ କାର୍ଯ୍ୟ ବୋଲି ଅଭିହିତ କରିବା ସହ ସମସ୍ତ ଅଭିବାବକଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରିବା ସହ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ