ପ୍ରତିଯୋଗୀତା ସୃଜନଝର -୨୦୧୯ ପାଇଁ ପ୍ରସ୍ତୁତି ବୈଠକ
ହାଟଡ଼ିହି,( ଯୁଗାବ୍ଦ ନୁ୍ୟଜ୍): ହାଟଡିହି ବ୍ଳକ ନୁଆରମ୍ପାସ ଠାରେ ଥିବା ବିବେକାନନ୍ଦ ପାଠକ ମଞ୍ଚର ପଞ୍ଚଦଶ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ମଞ୍ଚ ପକ୍ଷରୁ ଯୁବ ପିଢ଼ୀର ଲେଖକ ଲେଖିକା ମାନଙ୍କୁ ଉତ୍ସାହିତ କରିବାପାଇଁ ପ୍ରତିଯୋଗୀତା ସୃଜନଝର-୨୦୧୯ ଅନୁÂିତ ହେବ । ବିବେକାନନ୍ଦ ପାଠକମଞ୍ଚର ଆବାହକ ଅଧ୍ୟାପକ ରବିନ୍ଦ୍ର କୁମାର ନାୟକଙ୍କ ସଂଯୋଜନାରେ ଅନୁÂିତ ଏହି ବୈଠକରେ ପ୍ରତିଯୋଗୀତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ୧୮ ରୁ ୨୮ବର୍ଷର ଲେଖକ, ଲେଖିକା ମାନେ ନିଜର ଲେଖନୀୟ ନିପୁଣତାକୁ ଦୃଷ୍ଟିରେ ରଖି ‘ଶୀତ’ ବିଷୟରେ ‘ଗୀତିଝର’ ପାଇଁ ୩୦ଧାଡି ସମ୍ବଳିତ କବିତା ଓ କ୍ଷୁଦ୍ରଗଳ୍ପ ‘ଗଳ୍ପଝର’ ପାଇଁ ଏକ ହଜାର ଶବ୍ଦ ମଧ୍ୟରେ ଗଳ୍ପ ଗୁଡିକୁ ବିବେକାନନ୍ଦ ପାଠକ ମଞ୍ଚ, ନୁଆ ରମ୍ପାସ, କେନ୍ଦୁଝର ଠିକଣାରେ ପଠାଇବାକୁ ଅନୁରୋଧ କରାଯାଇଥିଲା । ଲେଖା ଗୁଡିକ ମଧ୍ୟରୁ ୩୦ଟି ନିର୍ବାଚିତ ଳେଖା ବାର୍ଷିକ ବିଶେଷାଙ୍କ ‘ସର୍ଜନା’ରେ ପ୍ରକାଶ ପାଇବା ସହ ୧୦ଜଣ ଶ୍ରେÂ ଲେଖକଙ୍କୁ ୩୧/୧୨/୨୦୧୯ରେ ଅନୁÂିତ ବାର୍ଷିକ ଉତ୍ସବରେ ସମ୍ବାନୀତ କରାଯିବା ପାଇଁ ନିଷ୍ପତି ନିଆଯାଇଛି ବୋଲି ଆବାହକ ଅଧ୍ୟାପକ ରବିନ୍ଦ୍ର କୁମାର ନାୟକ ଜଣାଇଛନ୍ତି ।