ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲାର କିଛି ଜାଗାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ପୁଣି କିଛି ଜାଗାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଡିବାରେ ଲାଗିଛି | ଗଜପତି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୋହନା ବ୍ଲକ ରେ ମଧ୍ୟ ଏହାର କାୟା ବିସ୍ତାର ହେବାରେ ଲାଗିଛି | ମୋହନା ପଞ୍ଚାୟତର ଢେପ ସାହିର ଜଣେ ୫୭ ବର୍ଷ ବ୍ୟକ୍ତି କରୋନା ପଜେଟିଭ ଥିବାରୁ ଏହି ସାହି କୁ ୫ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି | ସେପରି ଲୁଡୁରୁ ଗ୍ରାମ ରେ ୩ ଜଣ କରୋନା ପଜେଟିଭ ବାହାରି ଥିବାରୁ ଏହା କୁ ମଧ୍ୟ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ତହସିଲଦାର କଲ୍ୟାଣି ସଙ୍ଘମିତ୍ରା ଦେବୀ,ସେଇ ପରି ଏନ.ଜି.ଓ ସଂସ୍ଥା ରେ କିଛି କର୍ମଚାରୀ କରୋନା ପଜେଟିଭ ବାହାରି ଥିବାରୁ ଏହାକୁ ସଡ଼ଡାଉନ ଘୋଷଣା କରାଯାଇଥିବା କହିଛନ୍ତି ଶ୍ରୀମତୀ ସଙ୍ଘମିତ୍ରା ଦେବୀ |


