ସାମ୍ବାଦିକ ପବିତ୍ର ମହାପାତ୍ର ଙ୍କୁ ହତ୍ୟା ଧମକ
ଜଗନ୍ନାଥ ପ୍ରସାଦ,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବଡଦାଣ୍ଡ ସାହିର ବାସିନ୍ଦା ଦିଗନ୍ତ ନିୟୁଜର ସାମ୍ବାଦିକ ପବିତ୍ର ମହାପାତ୍ର ଙ୍କୁ ଜଣେ ଯୁବକ ହତ୍ୟା ଧମକ ଦେଇ ଥିବାରୁ ଏହାକୁ ନେଇ ଉକ୍ତ ସାମ୍ବାଦିକ ଜଗନ୍ନାଥ ପ୍ରସାଦ ଥାନାରେ ଲିଖିତ ଏତଲା ଦେଇଛନ୍ତି । ଏକ କାର ରେ ବେଆଇନ ଔଷଧ ଚାଲାଣ ହେଉଥିବାର ଅଭିଯୋଗ ପାଇ ଗତ କାଲି ୧୬.୦୯.୨୦୨୦ ରାତ୍ର ସମୟରେ ସାମ୍ବାଦିକ ଶ୍ରୀ ମହାପାତ୍ର ଉକ୍ତ କାର ର ଭିଡ଼ିଓ ଉତ୍ତୋଳନ କରିଥିଲେ | ଏଥିରେ ଉତକ୍ଷିପ୍ତ ହୋଇ କାର ର ମାଲିକ ତାଙ୍କୁ ହତ୍ୟା ଧମକ ଦେଇଥିଲେ । ସେହି ସମୟର ଘଟଣା କୁ ସାମ୍ବାଦିକ ଶ୍ରୀ ମହାପାତ୍ର ଭିଡିଓ କରି ଜଗନ୍ନାଥ ପ୍ରସାଦ ପୋଲିସ ଥାନା ରେ ଲିଖିତ ଏତଲା ଦେଇଛନ୍ତି । ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି ଘଟଣା କୁ ତୀବ୍ର ନିନ୍ଦା କରିବା ସହ ସାମ୍ବାଦିକ ମାନଙ୍କ ସୁରକ୍ଷା ବିପର୍ଯ୍ୟସ୍ତ ହୋଇ ଥିବାରୁ ଅଭିଯୁକ୍ତ କୁ ତୁରନ୍ତ ଗିରଫ କରିବାକୁ ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘ ର ସଭାପତି ଶ୍ରୀ ନିରାକାର ସାହୁ, ସମ୍ପାଦକ ଶ୍ରୀ ମନୋଜ କୁମାର ଗୌଡ଼,ସମେତ ସମସ୍ତ ସାମ୍ବାଦିକ ଦୃଢ ଦାବି କରିଛନ୍ତି ।


