ଦିନ ଦ୍ୱିପହରେ ମହିଳାଙ୍କ ଗାଡି ଡିକି ଭାଙ୍ଗି ଟଙ୍କା ଲୁଟ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଠାରେ ଦିନ ଦିପହରରେ ଜଣେ ମହିଳାଙ୍କ ଗାଡି ଡିକି ଭାଙ୍ଗି ୧ଲକ୍ଷ ୨୫ହଜାର ଟଙ୍କା ଲୁଟ ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ପାରଳାଖେମୁଣ୍ଡି ମକାତୋଟା ସାହି ବାସିନ୍ଦା ଶିକ୍ଷୟତ୍ରୀ ଜୟଲକ୍ଷ୍ମୀ ମହାନ୍ତି ସ୍ଥାନୀୟ କଲେଜ ଛକ ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାରୁ ୧ଲକ୍ଷ ୨୫ହଜାର ଟଙ୍କା ଉଠାଇ ନୂଆ ବସ୍‌ଷ୍ଟାଣ୍ଡ ସମ୍ମୁଖରେ ଥିବା ଏକ ଘରୋଇ ଚକ୍ଷୁଚିକିତ୍ସାଳୟ ସାରା ଆଇ କେୟାରକୁ କୌଣସି କାର୍ଯ୍ୟରେ ବାହାରେ ଗାଡି ରଖି ଯାଇଥିଲେ । ସେଠାରୁ ସେ ଫେରିବାବେଳକୁ ତାଙ୍କ ଗାଡି ଡିକି ଭାଙ୍ଗି କୌଣସି ଦୁବୃତ୍ତ ଉକ୍ତ ୧ଲକ୍ଷ ୨୫ହଜାର ଟଙ୍କା ଚୋରି କରି ନେଇଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ ନେଇ ପାରଳାଖେମୁଣ୍ଡି ଥାନାରେ ୨୨୫/୨୦ ନମ୍ବରରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଜାରୀ ରହିଥିବା ଜଣାପଡିଛି । ଦିନ ଦ୍ୱିପହରେ ଏହିପରି ଏକ ଚୋରି ଘଟଣା ମହିଳାଙ୍କ ଠାରୁ ହୋଇ ଥିବାରୁ ସାରା ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ