୪୮ ଘଣ୍ଟା ପରେ ମିଳିଲା ମୃତଦେହ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ୧୨ ନମ୍ବର ୱାର୍ଡ଼ ସୁନାପାଙ୍ଗା ଗ୍ରାମକୁ ଯିବା ବେଳେ ବିଶିକେଶନ ନାୟକ ନାମକ ୬୦ ବର୍ଷୀୟ ବୃଦ୍ଧ ଖଡ଼ଗ ନଦୀରେ ଶୁକ୍ରବାର ଭାସି ଯାଇ ନିଖୋଜ ହୋଇଯାଇଥିଲେ। ନିଖୋଜ ହେବାର ୪୮ ଘଣ୍ଟା ପରେ ରବିବାର ଦିନ ଘଟଣା ସ୍ଥଳରୁ ପ୍ରାୟ ଏକ କିଲୋମିଟର ଦୂରରେ ନଦୀ ମଧ୍ୟରୁ ମୃତଦେହ ଗ୍ରାମବାସୀମାନେ ଉଦ୍ଧାର କରିଥିବା ଜଣାପଡ଼ିଛି। ଏହି ଘଟଣାରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି।ଏହି ଘଟଣା ନେଇ ପରିବାର ଲୋକେ ବିଶିକେସନ ନିଖୋଜ ହୋଇଥିବା ନେଇ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଏନେଇ ଥାନାରେ ୯/୨୦ ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି। ସୂଚନା ପ୍ରକାରେ, ବିଶିକେସନ ତିଲୋରୀ ପଞ୍ଚାୟତ ସୁନାପାଙ୍ଗା ଗ୍ରାମରେ ସାନପୁଅ ବିରେନ୍ଦ୍ରଙ୍କ ସାଥିରେ ରହୁଥିବା ବେଳେ ସେ ପୁର୍ବରୁ କ.ନୂଆଗାଁ ବ୍ଲକର ପାନାକେତା ଗ୍ରାମରେ ରହୁଥିବାରୁ ସେଠାରେ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଏବଂ ସରକାରଙ୍କ ୧ଟଙ୍କିଆ ଚାଉଳ ମିଳୁଥିଲା। ତେଣୁ ସେ ବାର୍ଦ୍ଧକ୍ୟ ଭତ୍ତା ଏବଂ ଟଙ୍କିକିଆ ଚାଉଳ ଆଣିବା ପାଇଁ ବିଶିକେସନ ମହାସିଙ୍ଗି ଯାଇ ଚାଉଳ ଓ ଭତା ନେଇ ନିଜର ନାତି ନାତୁଣିମାନଙ୍କ ସହିତ ନିଜ ଗ୍ରାମକୁ ଫେରୁଥିଲେ। ତେବେ ଘରକୁ ଫେରିବା ସମୟରେ ଖଡ଼ଗ ନଦୀ ଉପରେ ପକାଯାଇଥିବା କାଠ ଗଣ୍ଡି ଉପରୁ ହଠାତ୍‍ ତାଙ୍କର ଗୋଡ଼ ଖସିଯିବାରୁ ନଦୀର ପ୍ରଖର ସ୍ରୋତରେ ସେ ଭାସି ଯାଇଥିଲେ। ଗ୍ରାମର କିଛି ଯୁବକ ଏବଂ ତାଙ୍କ ସମ୍ପର୍କୀୟ ନାତି ଓ ନାତୁଣୀ ଜେଜେ ଭାସିଯାଉଥିବା ଦେଖିଥିଲେ। କିଛି ଯୁବକ ନଦୀ ଭିତରକୁ ଡେଇଁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ତେବେ ବାରମ୍ବାର ଏଭଳି ଘଟଣା ଉକ୍ତ ନଦୀରେ ଘଟୁଥିବା ବେଳେ ଆଜି ପର୍ଯ୍ୟନ୍ତ ନଦୀ ଆରପଟେ ରହୁଥିବା ଅଧିବାସୀଙ୍କ ପାଇଁ ଝୁଲା ପୋଲ କିମ୍ବା ସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନ ଥିବା ବେଳେ ଆଉ କେତେ ଜଣଙ୍କର ଏଭଳି ଶୋଚନୀୟ ମୃତ୍ୟୁ ଘଟିଲେ ସରକାରଙ୍କର ଚେତାପଶିିବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ