କୋଭିଡ଼୍‍ ହସପିଟାଲରେ ବରିଷ୍ଠ ନାଗରିକଙ୍କ ଦେହାନ୍ତ ସମଗ୍ର ଅଞ୍ଚଳରେ ଶୋକରଛାୟା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ହଟପଦା ସାହିରେ ବସବାସ କରୁଥିବା ବିଶିଷ୍ଟ ବ୍ୟବସାୟୀ ତଥା ବରିଷ୍ଠ ନାଗରିିକ ପି.ରାମଚନ୍ଦ୍ର ସେନାପତିଙ୍କର ଭୁବନେଶ୍ୱର କୋଭିଡ଼୍‍ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁକୁ ନେଇ ସମଗ୍ର ଜିଲାରେ ଶୋକର ଛାୟା ଖେଳି ଯାଇଥିବା ବେଳେ ରବିବାର ଦିନ ତାଙ୍କ ମୃତ୍ୟୁରେ ଫୁଲବାଣୀ ସ୍ଥିତ ଜଗନ୍ନାଥ ବଜାର, ଲକ୍ଷ୍ମୀ ବଜାର ଓ ଗଣେଶ ବଜାର ପ୍ରମୁଖ ବନ୍ଦ ରହିଥିଲା।ଖବର ପ୍ରକାରେ, ସେ ଗତକିଛିଦିନ ହେଲା କୋଭିଡ଼୍‍ ପଜିଟିଭ୍‍ ଚିହ୍ନଟ ହୋଇଥିଲେ। ପ୍ରଥମେ ତାଙ୍କୁ ଫୁଲବାଣୀ କୋଭିଡ଼୍‍ ମେଡ଼ିକାଲ୍‍ ଓ ପରେ ଅଧିକ ଚିକିତ୍ସାର ଆବଶ୍ୟକ ପଡ଼ିବାରୁ ଭୁବନେଶ୍ୱର ନିଆଯାଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଶନିବାର ରାତ୍ରରେ ମୃତ୍ୟୁ ହୋଇଛି। ଏ ସଂପର୍କରେ ମେଡ଼ିକାଲ୍‍ କର୍ତ୍ତୃପକ୍ଷ ତାଙ୍କ ପରିବାରକୁ ଖବର ଦେବାପରେ ଏକମାତ୍ର ପୁଅ ପି.ସୁଧାଂଶୁ କୁମାର ସେନାପତି ଓ ଅନ୍ୟମାନେ ଭୁବନେଶ୍ୱର ଠାରେ ପହଞ୍ଚିବା ପରେ ପରିବାର ଉପସ୍ଥିତିରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ସେହିଭଳି ବିଶିଷ୍ଟ ବ୍ୟବସାୟୀଙ୍କ ମୃତ୍ୟୁ ଖବର ପାଇଁ ସମଗ୍ର ସହରରେ ମଧ୍ୟ ଶୋକରଛାୟା ଖେଳି ଯାଇଥିବା ବେଳେ ରବିବାର ଦିନ ଫୁଲବାଣୀ ସହର ବଣିକ ସଂଘ ପକ୍ଷରୁ ମଧ୍ୟ ଶୋକ ପ୍ରକାଶ କରିବା ସହିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହର ବଣିକ ସଂଘର ସଭାପତି ଅଶୋକ ପଟନାୟକଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏକ ଶୋକସଭାରେ ନିକଟରେ ମୃତ୍ୟୁବରଣ କରିଥିବା ଅନ୍ୟ ବ୍ୟବସାୟୀଙ୍କ ପାଇଁ ମଧ୍ୟ ଶୋକ ପ୍ରକାଶ କରାଯାଇଥିଲା। ଏଥିରେ ବହୁ ବ୍ୟବସାୟୀ ମାନଙ୍କ ସମେତ ସହର ବଣିକ ସଂଘର ସମସ୍ତ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ। ସେହିଭଳି ଫୁଲବାଣୀ ସ୍ଥିତ ଜଗନ୍ନାଥ ବଜାରର ଅନ୍ୟଜଣେ ପ୍ରତିଷ୍ଠିତ ମହିଳା ତଥା ବ୍ୟବସାୟୀ ଚିଏଚ୍‍.ନମିତା ପାତ୍ରଙ୍କର ବିୟୋଗ ଘଟିଛି। ତାଙ୍କର କିଛି ସଂପର୍କିୟ କୋଭିଡ଼୍‍ ସଂକ୍ରମିତ ଥିବା ଯୋଗୁଁ ଏହାକୁ ଚିନ୍ତା କରି ସେ ହୃଦଘାତରେ ମୃତ୍ୟୁବରଣ କରିଥିବା ତାଙ୍କ ପୁଅ ପ୍ରକାଶ କରିଛନ୍ତି। ସ୍ୱର୍ଗତ ପାତ୍ର ଗତ ୨ ଦିନ ହେଲା ଅସୁସ୍ଥ ହୋଇଥିବା ବେଳେ ଡ଼ାକ୍ତରଖାନରେ ଦେଖାଇବା ପରେ ସେ ଘରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁପରେ ସହରର ସମସ୍ତ କିରାଣି ଦୋକାନ ରବିବାର ଦିନ ବନ୍ଦ ରହିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ