ଗଜପତିରେ କରୋନା ସଂକ୍ରମଣ;ଆଜି ୪୨ଜଣ ପଜିଟିଭ୍ ଚିହ୍ନଟ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ, ଆଜି ୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୪୨ଜଣକୁ ମିଶାଇ ସଂଖ୍ୟା ୩୪୦୭ରେ ପହଞ୍ଚିଛି ।ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୪୨ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୧୦ଜଣ,ଗୋଷାଣୀ ବ୍ଲକରୁ ୮ଜଣ,ଆର.ଉଦୟଗିରି ବ୍ଲକରୁ ୩ଜଣ,କାଶୀନଗର ବ୍ଲକରୁ ଜଣେ,ନୁଆଗଡ ବ୍ଲକରୁ ୫ଜଣ,ଗୁମ୍ମା ବ୍ଲକରୁ ୬ଜଣ,ରାୟଗଡ ବ୍ଲକରୁ ୮ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଏ ସମସ୍ତ ୪୨ଜଣଙ୍କ ମଧ୍ୟରୁ ଜଣେ କରୋନା ଯୋଦ୍ଧା ରହିଥିବା ବେଳେ ସ୍ୱାସ୍ଥ୍ୟ କର୍ମୀଙ୍କ ଯାଞ୍ଚବେଳେ ୩୭ଜଣ,ପୁର୍ବ ସଂକ୍ରମିତଙ୍କ ସଂସ୍ପର୍ଷରେ ୪ଜଣ ଚିହ୍ନଟ ହୋଇଛନ୍ତି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହା ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ