ଋାସନକାର୍ଡରୁ ବଞ୍ଚିତ ହିତାଧିକାରୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଛତ୍ରପୁର, (ଦେବଦତ୍ତ ମହାରଣା) : ରାସନକାର୍ଡରୁ ବଞ୍ଚିତ ଥିବା ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଚନ୍ଦନପୁର ଗାଁର ମହିଳା ଓ ପୁରୁଷ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ସରକାର ଏଭଳି ଯୋଜନାରେ ଗାଁର ବହୁ ସଂଖ୍ୟକ ପରିବାର ସାମିଲ ହୋଇଥିବା ବେଳେ ନିତାହି ଗରିବ ଶ୍ରେଣୀର ପରିବାର ହୋଇଥିଲେ ସୁଦ୍ଧା କାର୍ଡ ଖଣ୍ଡିଏ ପାଇଁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଧାଇଁ ଧାଇଁ ହତାଶ ହୋଇଥିଲେ । ଶେଷରେ ଆଜି ବାଧ୍ୟ ହୋଇ ଗ୍ରାମର ରମା ବେହେରା, ଗୋବିନ୍ଦ ବେହେରା, ବାସନ୍ତୀ ବେହେରା, ଧୋବା ଜେନା, ଗୁରୁବାରୀ ସେଠୀ, ଗାୟତ୍ରୀ ଜେନା ପ୍ରମୁଖ ଏକ ଗାଡି ଭଡା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅଭିଯୋଗ ପ୍ରକୋଷ୍ଠରେ ସେମାନଙ୍କ ଦରଖାସ୍ତ ପ୍ରଦାନ କରିଥିଲେ ।


