ନୂତନ ଗାଁସାଥୀ (ମେଟ୍‌) ଚୟନ ପାଇଁ ହୋଇଥିବା ଚିଠି ଉପରେ ଲାଗିଲା ହାଇକୋର୍ଟଙ୍କ ରହିତାଦେଶ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ରାଜ୍ୟରେ ମନରେଗାରେ କାର୍ଯ୍ୟରତ ଓଡ଼ିଶାର ଯୁବଶକ୍ତି ପ୍ରାୟ ୬୦,୦୦୦ (ଷାଠିଏ ହଜାର)ରୁ ଉର୍ଦ୍ଧ୍ୱ ଗାଁସାଥୀ (ମେଟ୍‌) ମାନଙ୍କ ପାଇଁ ଗତ ୨୮.୮.୧୮ରେ ମାନ୍ୟବର ରାଜ୍ୟପାଳ ଓଡ଼ିଶାଙ୍କ ଅନୁମୋଦନ କ୍ରମେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ି.କେ. ସିଂହ ଏକ ସ୍ୱତନ୍ତ୍ର ଗାଇଡ଼୍ ଲାଇନ୍ ପ୍ରସ୍ତୁତ କରି ସମସ୍ତ ଜିଲ୍ଲା ପ୍ରଶାସନଙ୍କ ନିକଟକୁ ପଠାଇଲେ । ତଦନୁଯାୟୀ ରାଜ୍ୟରେ ଖାଲିଥିବା ‘ମେଟ୍‌’ ପଦବୀ ପୂରଣ, ଗାଁସାଥୀ (ମେଟ୍‌) ମାନଙ୍କୁ ପର୍ଯ୍ୟାପ୍ତ ପ୍ରଶିକ୍ଷିଣ ଓ ଗାଁସାଥୀ (ମେଟ୍‌) ମାନଙ୍କର ଏକ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଡ଼ାଟାବେସ୍ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଥିଲା । ଏଯାବତ୍ ଅର୍ଥାତ ସେହି ଚିଠିକୁ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ସେହି ୩ଟି ବିନ୍ଦୁ ମଧ୍ୟରୁ କୌଣସିଟି ବି ସଠିକ୍ ଭାବେ କାର୍ଯ୍ୟକାରୀ ହୋଇନାହିଁ । ଏଥି ସହିତ ସେହି ଚିଠିର ଆଉ ଏକ ସଂଲଗ୍ନ ଚିଠି ନଂ-୯୪୦ ତା ୧୧.୧.୧୯ ଅନୁସାରେ ମାସକୁ ଅତି କମ୍‌ରେ ୧୦ଦିନ ଓ ବର୍ଷକୁ ସର୍ବନିମ୍ନ ୧୦୦ ଦିନର ସରକାରୀ କାର୍ଯ୍ୟ ଉଚତ୍ ପ୍ରାପ୍ୟ ସହିତ ଓଡ଼ିଶାର ସମସ୍ତ ଗାଁସାଥୀ (ମେଟ୍‌)ମାନେ ନିଶ୍ଚିତ ପାଇବେ ବୋଲି ସ୍ପଷ୍ଟ କରାଯାଇଥିଲା । ସେହି ଚିଠିକୁ ୨ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ରାଜ୍ୟରେ ପ୍ରାୟ ୧୦ ପ୍ରତିଶତ ଗାଁସାଥୀ (ମେଟ୍‌) ବି ଆଜିଯାଏ ସେତକ ପ୍ରାପ୍ୟ ପାଇ ନାହାଁନ୍ତି । ଏପରିସ୍ଥଳେ ୨୦୧୯ ମସିହା ସାଧାରଣ ନିର୍ବାଚନ ପରେ ପ୍ରଥମେ ଶ୍ରମିକ ସଂଘରୁ ‘ମେଟ୍‌’ ଚୟନ ଉଦ୍ୟମ ପୂର୍ବକ ଚିଠିକୁ ମାନ୍ୟବର ହାଇକୋର୍ଟ ଓଡ଼ିଶା ରହିତାଦେଶ ପ୍ରଦାନ କଲେ । ପରେ ପରେ ଏହି ଡ଼ି.କେ ସିଂହ ମହୋଦୟ ଚିଠି ନଂ-୧୭୧୩୭ ତା ୨୭.୯.୧୯ରେ ଏସଏଚ୍‌ଜି ମାନଙ୍କୁ ସ୍ୱତନ୍ତ୍ର ଭାବେ ମନରେଗାରେ ‘ମେଟ୍‌’ ହିସାବରେ ଆଣିବାକୁ ପ୍ରୟାସ କଲେ । ତାହାକୁ ସଂଘ ଆନ୍ଦୋଳନ କରି ବନ୍ଦ କଲା । ଶେଷରେ ଚଳିତବର୍ଷ ମହାମାରୀର ତାଣ୍ଡବ ଓ ବନ୍ୟା ବିତ୍ପାତ ଅଗଷ୍ଟ ମାସରେ ମହାମହୀମ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବେଖାତିର କରି ଏକ ସ୍ୱତନ୍ତ୍ର ଚିଠି ଓ ଗାଇଡ଼୍‌ଲାଇନ୍ ବଳରେ ଓଡ଼ିଶାର ସମସ୍ତ ଗ୍ରାମରେ ୨ଜଣ ଲେଖାଏଁ ଏସ୍‌.ଏଚ୍‌.ଜି ମହିଳାଙ୍କୁ (ମେଟ୍‌) ଭାବେ ଆଣିବାର ଉଦ୍ୟମ କଲେ । ତାହାକୁ ସଂଘ ତରଫୁ ହାଇକୋର୍ଟରେ ବରିଷ୍ଠ ଅଧିବକ୍ତା ବୁଦ୍ଧଦେବ ରାଉତରାୟ ଓ ତ୍ରିଲୋଚନ ନନ୍ଦଙ୍କ ଦ୍ୱାରା ମାମଲା ଦାୟର କରାଯାଇ ବିଭିନ୍ନ ବିନ୍ଦୁରେ ଚିଠିଟିକୁ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ପ୍ରମାଣିତ କରାଗଲା । ମାନ୍ୟବର ହାଇକୋର୍ଟ ଏହା ଉପରେ ରହିତାଦେଶ ପ୍ରଦାନ କଲେ । ଏହାର ପ୍ରମାଣ ଓ ଡ଼ବ୍ଲୁ.ପି.ସି. ନଂ-୨୨୬୮୭/୨୦୨୦ ।
ଚଳିତବର୍ଷ ସେପ୍ଟେମ୍ବର ୧୦ ତାରିଖରୁ ଏହି ଆଦେଶନାମା ହାଇକୋର୍ଟ ପ୍ରଦାନ କରିଥିଲେ ସୁଦ୍ଧା ଏଯାବତ୍ ଏହାର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା କରାନଯାଇ ରାଜ୍ୟ ପଞ୍ଚାୟତିରାଜ ବିଭାଗ ତରଫରୁ ଟାଳଟୁଳ ନୀତି ଅବଲମ୍ବନ କରାଯାଇଛି । ଏ ସମସ୍ତ ତ୍ରୁଟି ଓ ଚକ୍ରାନ୍ତ ପାଇଁ ଉତ୍କଳ ସାମ୍ବାଦିକ ଭବନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଗାଁସାଥୀ ସଂଘ ତରଫରୁ ରାଜ୍ୟ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଡ଼ି.କେ ସିଂହଙ୍କୁ ଦାୟୀ କରାଯାଇଛି । ଦୀର୍ଘ ୭ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପଞ୍ଚାୟତିରାଜ ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସଚିବ ଓ ପରେ ପରେ ପ୍ରମୁଖ ଶାସନ ସଚିବ ଭାବରେ ଶ୍ରୀ ଡ଼ି.କେ ସିଂହ ରହି ନିଜର ଅହଙ୍କାର ଓ ଓଡ଼ିଶାର ଯୁବଶକ୍ତି ପ୍ରତି କାହିଁକି ବୈମାତୃକ ମନୋଭାବପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି ବୋଲି ସଂଘ ତରଫରୁ ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳ, ଗାଁସାଥୀ ସଂଗଠକ ପବିତ୍ର ସୁନ୍ଦରାୟ, କୁଳମଣି ମେଣ୍ଟା, ପ୍ରତାପ ମଲ୍ଲିକ, ଶରତ ଗୁଣ୍ଠା ଓ ଅନ୍ୟମାନେ ଗଣମାଧ୍ୟମ ଜରିଆରେ ସ୍ପଷ୍ଟ ପ୍ରଶ୍ନ କରିଛନ୍ତି ।
ଏହାର ପ୍ରତିବାଦରେ ଚଳିତ ସେପ୍ଟେମ୍ବର ୩୦ ତାରିଖ ଦିନ ସାରା ଓଡ଼ିଶାର ପିଡ଼ି, ଡ଼ିଆରଡ଼ିଏ ମାନଙ୍କ ଜରିଆରେ ଗାଁସାଥୀମାନେ ମାନ୍ୟବର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳର ନେତା ଓ ୫-ଟି ସଚିବଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଫେରାଦ ହେବେ ବୋଲି ସଂଘ ଜଣାଇଛି । ଏଥି ସହିତ ଚଳିତ ବିଧାନ ସଭାରେ ସେହି ବିଭିନ୍ନ ସଂଘର ଆର୍ଥିକ ଭବିଷ୍ୟତକୁ ନଷ୍ଟ କରୁଥିବା ଚକ୍ରନ୍ତକାରୀ ଆଇ.ଏ.ଏସ୍‌. ଶ୍ରୀ ଡ଼ି.କେ ସିଂହଙ୍କ ବିରୁଦ୍ଧରେ କିପରି ସ୍ୱତନ୍ତ୍ର ମୋଶନ ଅଣାଯାଇ ପାରିବ, ସେଥିପାଇଁ ବିରୋଧୀ ଓ ଶାସକ ଦଳର ସମସ୍ତ ସଦସ୍ୟ/ସଦସ୍ୟାମାନଙ୍କୁ ସଂଘ ତରଫରୁ ଗଣମାଧ୍ୟମ ଜରିଆରେ ନିବେଦନ ଜଣାଇ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ