ଭଞ୍ଜନଗର ଏଵଂ ବୁଗୁଡ଼ା ଅବକାରୀ ବିଭାଗର ମିଳିତ ଚଢ଼ାଉ ୪୩୦ ଲିଟର ଦେଶୀ ମଦ ଜବତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଏଵଂ ଗଞ୍ଜାମ ଅବକାରୀ ଅଧିକ୍ଷକ ଶ୍ରୀ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଧେଶ କ୍ରମେ ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼, ତୁରୁମ, ଗୁଡ଼ୁପଲ୍ଲୀ, ଗୁଜୁରାଳି ଅଞ୍ଚଳରେ ଭଞ୍ଜନଗର ଏଵଂ ବୁଗୁଡ଼ା ଅବକାରୀ ବିଭାଗ ଦ୍ୱାରା ମିଳିତ ଚଢ଼ାଉ କରାଯାଇ ୪୩୦ ଲିଟର ହାତ ରନ୍ଧା ଦେଶୀ ମଦ ଏଵଂ ୨୩୮୬ କେଜି ଗୁଡ ମିଶ୍ରିତ ପଚକୁ ଜବତ କରି ନଷ୍ଟ କରି ଦିଆଯାଇଛି | ମଦ ପ୍ରସ୍ତୁତି ଓ ବିକ୍ରି ଅଭିଯୋଗରେ ତିନି ଟି ମାମଲା ରୁଜୁ କରାଯାଇ ଦୁଇ ଜଣ ଆସାମୀ ଗୁରୁମୂର୍ତି ଡାକୁଆ ଏଵଂ ଗୋବିନ୍ଦ ସାହୁ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି | ଭଞ୍ଜନଗର ଅବକାରୀ ଓ. ଆଇ. ସି ପାର୍ଥ ସାରଥୀ ରାଉତ ଙ୍କ ନେତୃତ୍ୱରେ ହେଇଥିବା ଚଢ଼ାଉରେ ଏ. ଏସ. ଆଇ ମମତା କୁମାରୀ ଦାସ, ଏ. ଏସ. ଆଇ ବିଶ୍ୱନାଥ ବେହେରା, ସମେତ ସନାତନ ନାହାକ, ଏନ. ତିରୁପତି ରାଓ, ଜଗନ୍ନାଥ ମହାପାତ୍ର, ସୁବଳ ପ୍ରଧାନ, କୃଷ୍ଣ ଚନ୍ଦ୍ର ସେଠୀ, ଟୁଟୁ ସାମଲ, ନୀରେନ୍ଦ୍ର ଶବର ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ