୧୫ ଘନଫୁଟର ୨ ଗୋଟି ଶାଳ କାଠ ଗଣ୍ଡି ଜବତ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ମାଣିତରା ସେକ୍ଟର ତାକରଡ଼ା ନିକଟ ମଧୁବନରୁ ଦୁଇଟି ଶାଳକାଠ ଗଣ୍ଡି ଗୁରୁବାର ଅପରାହ୍ନ ସାଢେ ତିନିଟା ସମୟରେ ଜବତ ହୋଇଛି। ଦୁଇଟି ଶାଳ ଗଣ୍ଡି ୧୫ ଘନଫୁଟ ହେବବୋଲି ମାଣିତରା ବନପାଳ ସରସ୍ୱତୀ ନାୟକ ପ୍ରକାଶ କରିଛନ୍ତି। ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ମାଣିତରା ବନପାଳ ସରସ୍ୱତୀ ନାୟକ ଓ ବି.କରଡ଼ାବାଡ଼ି ବନରକ୍ଷୀ ମଧୁସ୍ମିତା ଉପାଧେୟ ଙ୍କ ନେତୃତ୍ୱରେ ପାରା ଫରେଷ୍ଟର ଫୋର୍ସ ତାକରଡ଼ା ନିକଟ ମଧୁବନରୁ ଚୋରାଇ ନେବାକୁ ପ୍ରସ୍ତୁତ କରି ରଖିଥିବା ଦୁଇ ଖଣ୍ଡ ଶାଳ କାଠ ଗଣ୍ଡିକୁ ଜବତ କରି ଆଣିଥିବା ବେଳେ କେହିମଧ୍ୟ ଗିରଫ ହୋଇପାରିନାହାଁନ୍ତି।