ଜାଲି ଆକାଉଣ୍ଟରେ ରେଲୱେ ଟିକଟ ବିକ୍ରି ଅଭଯୋଗରେ ଆଉ ଜଣକୁ ଗିରଫ୍ କଲା ପାରାଦୀପ ଆର୍‌ପିଏଫ

ପାରାଦୀପ, (ପୀତବାସ ପ୍ରଧାନ):ପାରାଦୀପ ରେଲୱ ପ୍ରୋଟେକ୍‌ସନ ଫୋର୍ସ(ଆର୍‌ପିଏଫ) ଗୁରୁବାର ଦିନ ଏକ ମିଳିତ ଚଢାଉ କରି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚଉଦକୁଲାଟ ବଜାରରୁ ଜାଲ ଆକାଉଣ୍ଟରେ ଭାରତୀୟ ରେଳବାଇର ଟିକଟ ବିକ୍ରିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଚଉଦକୁଲାଟ ବଜାରରେ ଯୋଗେନ୍ଦ୍ର ସାହୁଙ୍କ ପୁଅ ଜ୍ୟୋତି ରଂଜନ ସାହୁ(୩୮) ଓରଫ ଗଣେଷ ଜ୍ୟୋତି ମୋବାଇଲ ସର୍ଭିସ ନାମରେ ଏକ ମୋବାଇଲ ଦୋକାନ କରିଛନ୍ତି । ଭାରତୀୟ ରେଳବାଇର ୧୭ଟି ଜାଲ ଆଇଡି ଖୋଲି ଇ-ଟିକେଟ୍ ବିକ୍ରି କରୁଥିଲେ । ସେଠାରେ ରେଳବାଇ ଅଧିକାରୀ ଓ କର୍ମଚାରୀଙ୍କ ମିଳିତ ଚଢାଉରୁ ଏହା ଜଣାପଡିବା ସହିତ ସେ ବ୍ୟବହାର କରୁଥିବା ଲାପଟପ୍‌, ମୋବାଇଲ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି । ଏ ବାବଦରେ ସି୩ସି-୩୧/୨୦୨୦ୟୁ/ଏସ୍ ୧୪୩ ରେଲୱ ଆକ୍ଟରେ ଏକ ମାମଲା ପାରାଦୀପ ରେଲୱ ଥାନାରେ ରୁଜୁ ହୋଇଛି । ରେଲୱ ପୋଲିସ ପଟ୍ଟାମୁଣ୍ଡାଇ କୋର୍ଟରେ ଶୁକ୍ରବାର ଦିନ ହାଜର କରିଥିବା ପାରାଦୀପ ଆର୍‌ପିଏଫ୍ ଅଧିକାରୀ ପଙ୍କଜ କୁମାର ପ୍ରକାଶ କରିଛନ୍ତି । ସୂଚନା ଥାଉକି, ଏହି ଅଭିଯୋଗରେ ପୂର୍ବରୁ ଅନ୍ୟ ଦୁଇଜଣଙ୍କୁ ରେଲୱ ପୋଲିସ(ଆର୍‌ପିଏଫ୍‌) ଗିରଫ୍ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ