ସାରା ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ନାଉଗାଁ, (ଓ୍ବାଇଏନ୍ଏସ୍):ସାରା ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଶୁକ୍ରବାର ନାଉଗାଁ ବ୍ଳକର ବିଭିନ୍ନ ସମସ୍ୟାକୁ ନେଇ ୮ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ତହସିଲଦାର ଜେ.କଳ୍ପନାଙ୍କୁ ପ୍ରଦାନ କରାଯାଇଛି । ଦାବି ଗୁଡିକ ମଧ୍ୟରେ ଚୁକ୍ତି ଚାଷ ଆଇନ୍ ୨୦୨୦ ବାତିଲ କରାଯାଉ, ଘରୋଇ ମଣ୍ଡି ଆଇନ ବାତିଲ କରାଯାଉ,୧୯୫୫ ମସିହା ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ୨୦୨୦ କୁ ବାତିଲ କରିବା, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବନ୍ଦ କରିବା, ବିଦ୍ୟୁତ ଶୁଳ୍କ ବୃଦ୍ଧି ବନ୍ଦ କରିବା, ଜମି ପଟ୍ଟା ପ୍ରଦାନ ଓ ଅନ୍ୟାନ୍ୟ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଟାଳଟୁଳ ନିତି ବନ୍ଦ କରିବା, ବାଉଁଶ ଯୋଡି ଉପତ୍ୟକାରୁ ଉଦ୍‌ବୃତ ଜଳ ନିଷ୍କାସନ ପାଇଁ ମାଷ୍ଟର ପ୍ଳାନ ପ୍ରସ୍ତୁତ କରିବା ଏବଂ ତହସିଲ କାର୍ଯ୍ୟାଳୟରୁ ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ ଆଦି ଦାବି ରହିଛି । ଏହି ଦାବିପତ୍ରକୁ ସମିତିର ରାଜ୍ୟ କମିଟି ସଦସ୍ୟ ସୁବାସ ସ୍ୱାଇଁ,ଅଲଣା ପଂଚାୟତ ପୂର୍ବତନ ସରପଂଚ ନବକିଶୋର ମହାନ୍ତି, ନାଉଗାଁ ବ୍ଳକ ସଭାପତି ମହେଶ୍ୱର ଦାସ, ସଂପାଦକ ବସନ୍ତ ମଲିକ, ବାଲିକୁଦା ବ୍ଲକ ସଂପାଦକ ଆର୍ତବନ୍ଧୁ ଦାସ, ରଘୁନାଥ ଦାସ, ରଂଜିତ କୁମାର ଜେନା, କାଳନ୍ଦୀ ସେଠୀ, ଅଜିତ କାଣ୍ଡି ଆଦି ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ