ବିକାଶ ମହାନ୍ତ ହେଲେ ରାଜ୍ୟ ବିଜୁ ଛାତ୍ର ଜନତା ସଂପାଦକ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ରାଜ୍ୟ ବିଜୁ ଛାତ୍ର ସଂସଦ ଜନତାର ନବ କଳେବର ଗଠନରେ ରାଇରଙ୍ଗପୁର ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ନେତା ତଥା ଗତଥରର ମୟୁରଭଞ୍ଜ (୨ ) ବିଜୁ ଛାତ୍ର ଜନତା ସଭାପତି ଦାୟିତ୍ୱ ଖୁବ ନିଷ୍ଠାର ସହ ତୁଲାଇଥିବା ସବୁରି ପ୍ରିୟ ରାଇରଙ୍ଗପୁର ଅଞ୍ଚଳର ବିକାଶ ମହାନ୍ତଙ୍କୁ ତାଙ୍କର ଦଳ ପ୍ରତି ଆନୁଗତ୍ୟ, ନିଷ୍ଠା, ସମାଜସେବା,ସୁସଂଗଠକ କାର୍ଯ୍ୟଧାରା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମୟୁରଭଞ୍ଜ ବିଜେଡି ପ୍ରଭାରୀ ତଥା ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି ଭାଇ) ଛାତ୍ର ଜନତାକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ପୁନଃ ରାଜ୍ୟ ବିଜୁ ଛାତ୍ର ଜନତା ସଂପାଦକ ଭାବେ ଦାଇତ୍ୱ ଅର୍ପଣ କରିଛନ୍ତି । ତାଙ୍କ ନବ ନିଯୁକ୍ତି ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ବବି ଭାଇ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟ ସଭା ସାଂସଦ ମମତା ମହାନ୍ତ,ରାଜ୍ୟ ବିଜେଡି ସଂପାଦକ ଡାକ୍ତର ଦେବାଶିଷ ମାରାଣ୍ଡି,ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି,ଯଶିପୁର ବିଧାୟିକା ବାସନ୍ତୀ ହେମ୍ବ୍ରମ,ରାଇରଙ୍ଗପୁର ସାରସକଣା ବିଜେଡି ପ୍ରଭାରୀ ମୁକ୍ତିକାନ୍ତ ମଣ୍ଡଳ,ଯଶିପୁର ବିଜେଡି ପ୍ରଭାରୀ ବ୍ୟୋମକେଶ ରାୟ,ମୟୁରଭଞ୍ଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ଏବଂ ଅନ୍ୟ ନେତୃବୃନ୍ଦ ଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କର ସମସ୍ତ ଶୁଭେଛୁ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


