ତିର୍ତୋଲ ବିଜେପି ରେ ବଢୁଛି ଅନ୍ତର୍ଦ୍ୱନ୍ଦ “ରମା ବନାମ ରାଜୁ “
ତିର୍ତୋଲ (ଅଭିଷେକ ତ୍ରିପାଠୀ ) : ତିର୍ତୋଲ ଉପନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବାବେଳେ ଦଳ ମଧ୍ୟରେ ଥିବା କନ୍ଦଳ କୁ ନେଇ ବଢୁଛି ଅସନ୍ତୋଷ l ନିକଟରେ କଂଗ୍ରେସ ଛାଡି ବିଜେପି ରେ ଯୋଗଦେଇଥିବା ବରିଷ୍ଠ କଂଗ୍ରେସ ନେତା ରାଜ କିଶୋର ବେହେରା (ରାଜୁ ) ବିଜେପି ର ଟିକେଟ ପାଇଁ ପ୍ରମୁଖ ଆଶାୟୀ | ଉପନିର୍ବାଚନ ମଇଦାନ କୁ ଓଲ୍ହାଇବା ପାଇଁ ସଜବାଜ ହୋଇ ଦଳୀୟ ଟିକେଟ କୁ ଅପେକ୍ଷା କରିଥିବାବେଳ ପୂର୍ବରୁ ସାଧାରଣ ନିର୍ବାଚନ ରେ ଦୁଇ ଥର ପାର୍ଥୀ ହୋଇଥିବା ଡ଼ଃ ରମାକାନ୍ତ ଭୋଇ ମଧ୍ୟ ପ୍ରମୁଖ ଦାବିଦାର ହୋଇ ନିର୍ବାଚନ ମଇଦାନ କୁ ଓଲ୍ହାଇବା ପାଇଁ କର୍ମୀ ଙ୍କୁ ନେଇ କର ଭିଡୁଛନ୍ତି l କିନ୍ତୁ ଉପ ନିର୍ବାଚନ ପାଇଁ ଦଳୀୟ ଟିକେଟ ରାଜକିଶୋର ଙ୍କୁ ମିଳିବାର ଚର୍ଚ୍ଚା ହେଉଥିବା ବେଳେ ଏହାକୁ ହଜମ କରିପାରୁନାହାନ୍ତି ରମା ବାବୁ ଙ୍କ ସମର୍ଥକ l ସମର୍ଥନଙ୍କ କହିବା କଥା ତିର୍ତୋଲ ମାଟିରେ ବିଜେପି ର ସତା ନଥିବା ବେଳେ କର୍ମୀଙ୍କୁ ଏକଜୁଟ କରି ସଂଗଠନ ଗଢିବା ଠାରୁ ଆରମ୍ଭ କରି ଦଳୀୟ ଭୋଟ ୫୦୦୦ ରୁ ୫୦୦୦୦ ପହଞ୍ଚାଇବାରେ ରମାକାନ୍ତ ଭୋଇଙ୍କ ଭୂମିକା ଗୁରୁତ୍ୱପୂର୍ଣ l ତେବେ ରମାକାନ୍ତ ଭୋଇ ଙ୍କ ବିନା ଦଳୀୟ ଟିକେଟ ଆଉ ଯାହାକୁ ଦିଆଯିବ ତାହାକୁ ଆମେ ବିରୋଧ କରିବା ସହିତ ଦଳରୁ ଇସ୍ତଫା ଦେବୁ l ଏହିପରି କର୍ମୀମାନେ ରଘୁନାଥପୁର , ବିରିଡି , ତିର୍ତୋଲ , ବାଲିପାଟଣା, ଜଗନାଥପୁର , ଆଦି ବିଭିନ୍ନ ସ୍ଥାନରେ ରମାକାନ୍ତ ଙ୍କ ସମର୍ଥକ ମାନେ ବୈଠକମାନ କରି ରମାକାନ୍ତ ଙ୍କୁ ଟିକେଟ ଦେବା ପାଇଁ ଦାବି କରିଥିବାବେଳେ ଅନ୍ୟପଟେ ରାଜକିଶୋର ଙ୍କ ତିର୍ତୋଲ ନିର୍ବାଚନ ମଣ୍ଡଳୀ ରେ ନିଜସ୍ୱ ଭୋଟ ବ୍ୟାଙ୍କ ରହିଛି , ଯାହା ୩୦୦୦୦ ରୁ ଉର୍ଧ୍ଵ ହେବ ବୋଲି କହୁଥିବାବେଳେ କିନ୍ତୁ ଦେଖିବାର ବିଷୟ ହେଉଛି ଯେ ବିଜେପି ସଭାପତି କେଉଁ ପ୍ରାର୍ଥୀ ଙ୍କ ଉପରେ ଭରସା କରି ଟିକେଟ ଦେଉଛନ୍ତି ଏବଂ ଅସନ୍ତୁଷ୍ଟ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ମଲମ ମାଖୁଛନ୍ତି !


