ନୁତନ କୃଷି ଆଇନକୁ କଂଗ୍ରେସର ବିରୋଧ

ଜୟପୁର,(ଓ୍ବାଇଏନ୍ଏସ୍):କେନ୍ଦ୍ର ସରକାରଙ୍କ ନୁଆ କୃଷି ଆଇନ ଓ ସଂଶୋଧିତ ଆତ୍ୟାବଷ୍ୟକ ସାମଗ୍ରୀ ଆଇନକୁ କଂଗ୍ରେସ ବିରୋଧ କରିଛି । ଏହି ଆଇନ ଚାଷି ମାରଣ ନିତି ବୋଲି ଆଜି ଜିଲା କଂଗ୍ରେସ ଭବନ ଠାରୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ସାମ୍ବାଦିକ ସମ୍ମିଳନି ଆୟୋଜନ କରି ଅଭିଯୋଗ କରିବା ସହ ଆକ୍ଟୋବର ୧ ତାରିଖ ଯାଏ ବ୍ଲକ , ଉପଜିଲ୍ଲାପାଳ ଓ ଜିଲ୍ଲାପାଳ କାଯ୍ୟଳୟ ରାଜ୍ୟ ସାରା ଘେରାଉ କରି ବିକ୍ଷୋଭ କରିବା ସହ ଅକ୍ସୋବର ୨ ତାରିଖରୁ ୩୦ ତାରିଖ ଯାଏ ଦସ୍ତଖତ ଅଭିଯାନ କରି ଏହି ଆଇନକୁ ରଦ୍ଧ କରିବା ଓ ପୁନର ବିଚାର କରିବାକୁ ରାଷ୍ଟପତିଙ୍କ ହସ୍ତକ୍ଷେପ ଲୋଡିବ ବୋଲି ବାହିନିପତି କହିଛନ୍ତି । ତୁରନ୍ତ ଏହି ବିଲକୁ ପ୍ରତ୍ୟାହାର କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।କଂଗ୍ରେସ ସବୁ ଦିନ ଚାଷି ଙ୍କ ସହ ରହିଥିବା ବେଳେ ନୁତନ କୃଷି ଆଇନ କୁ ବିଜେଡି ଲୋକସଭାରେ ସମର୍ଥନ ଜଣାଇଥିବା ବେଳେ ରାଜ୍ୟସଭାରେ ବିରୋଧର ନାଟକ କରିଛି । କାରଣ ଚିଟଫଣ୍ଡ ରେ ରାଜ୍ୟ ସରକାର ଫସିଥିବା ବେଳେ କାଳେ ସିବିଆଇ ଫସାଇଦେବ ବୋଲିି ଭୟରେ ଲୋକସଭାରେ ସମର୍ଥନ ଜଣାଇଥିବା ବେଳେ ରାଜ୍ୟସଭାରେ ଡ୍ରାମା କରିଛି ।ଏହି ବିଧେୟକ ଗୁଡିକ ଆଇନରେ ପରିଣତ  ହେଲେ ମଣ୍ଡିରେ କୃଷି ଜାତ ଦ୍ରବ୍ୟ ବିକ୍ରି କରିବା କଷ୍ଟସାଧ୍ୟ ହୋବା ସହ କେବଳ ପୁଞ୍ଜିପତି ତଥା ବଡ ବଡ ଉଦ୍ୟୋଗପତି ମାନେ ବହୁ ମୁନାଫା କମାଇବେ । ଚାଷୀ ମାନଙ୍କ ଦୁଦ୍ଧଶା ବହୁ ମାତ୍ରାରେ ବଢିଯିବ ବୋଲି ବାହୀନିପତି ଯୁକ୍ତି ବାଢିଥିଲେ । ପାରିତ ହୋଇଥିବା ବିଧେୟକ କୌଣସି ସ୍ଥାନରେ ଚାଷି ଠାରୁ ସର୍ବନିମ୍ନ ଦରରେ ନ କିଣିଲେ କୌଣସି ଦଣ୍ଡ ବିଧାନର ଉଲ୍ଲେଖ କରାଯାଇ ନାହିଁ ।ଏହା ଦ୍ୱାରା ଚାଷି ଅଭାବି ବିକ୍ରୀ ର ଶୋଷଣ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ