କନ୍ୟା ଦିବସରେ ଅଲୋଡା କନ୍ୟା

ମୟୂରଭଞ୍ଜ, ( ଅକ୍ଷୟ କୁମାର ବିଶ୍ୱାଳ):ଆଜି କନ୍ୟା ଦିବସ ।ଦୁଇ କୁଳର ହିତାଧିକାରୀ ହେଉଛି କନ୍ୟା । ଗୋଟାଏ ମାତୃଶକ୍ତି ଆଉ ଗୋଟିଏ ମାତୃଶକ୍ତିକୁ ଅଣଦେଖା କରୁଛି କାହିଁକି? ପୁଣି ଅଲୋଡ଼ା ଶିଶୁ କନ୍ୟା, ମାତୃତ୍ଵ ଉପରେ ପୁଣି ଲାଗିଲା କଳଙ୍କ ! ଏପରି ଏକ ଅଭାବନୀୟ ଘଟଣା ଦେଖି ବାକୁ ମିଳିଛି ଝାରପୋଖରିଆ ଥାନା ରାଜଲୋକା ପଞ୍ଚାୟତର ରାଉତରା ଗ୍ରାମ ପରମେଶ୍ବର ନାଏକଙ୍କ ବାଡ଼ିରେ ଥିବା ପାଖରୀରେ। ସୂଚନା ମୁତାବକ କୌଣସି ଏକ ଅଜଣା ମହିଳା ରାତି ସମୟରେ ଗୋଟିଏ ଶିଶୁ କନ୍ୟା ଜନ୍ମ ଦେଲା ପରେ ରାଉତରା ଗ୍ରାମ ଭିତରେ ଥିବା ପୋଖରୀ ଭିତରେ ଫିଙ୍ଗି ଦେଇ ଚାଲି ଯାଇଥିବା ଅନୁମାନ କରାଯାଉଛି। ତେବେ ଏହା ଏକ ଅବୈଧ ସମ୍ପର୍କ କିମ୍ଵା ଶିଶୁ କନ୍ୟା ଟିଏ ଜନ୍ମ ହୋଇଥିବାରୁ ଏପରି ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ପ୍ରଶ୍ନ ଉଠୁଛି ସରକାର ଶିଶୁ କନ୍ୟା ପ୍ରତି ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ ସାରସକଣା ଅଞ୍ଚଳରେ ଶିଶୁ କନ୍ୟା ବାହାରେ ଫିଙ୍ଗା ଯିବା ଘଟଣାକୁ ଅଞ୍ଚଳ ବାସୀ ତୀବ୍ର ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ସାରସକଣା ଏଡିସନାଲ ତହସିଲଦାର ସାଇକୃଷ୍ଣ ଜେନାଙ୍କ ଏବଂ ଝାରପୋଖରିଆ ଥାନାଧିକାରୀ ସୁଦର୍ଶନ ଗାଂଗେଇ ଘଟଣା ସ୍ଥଳରେ ପହଞ୍ଚିବା ସହ ଘଟଣାର ତଦନ୍ତ ଚାଲୁ ରଖି ମୃତ ଶିଶୁ କନ୍ୟାକୁ ଉଦ୍ଧାର କରି ମେଡିକାଲ କଲେଜକୁ ପଠାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ