ସୋରଡା ରେ ଅସ୍ତିତ୍ଵ ହରାଉଛି ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମ

ସୋରଡା,(ରଜନୀ କାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା  ସୋରଡା ରେ ବର୍ତମାନ ଅସ୍ତିତ୍ଵ ହରାଇବାରେ  ବସିଲାଣି ଯୁକ୍ତ ଦୁଇ  ବିଜ୍ଞାନ। ଏପରିକି ସ୍ଥିତି ବର୍ତମାନ ଦୟନିୟ।  ୧୦ମ ଶ୍ରେଣୀ ରେ ଭଲ  ନମ୍ବର ରଖି ପାସ କରିଥିବା ଛାତ୍ରଛାତ୍ରୀ ମାନେ ଏଠାରେ ଯୁକ୍ତ ଦୁଇ ବିଜ୍ଞାନ ରେ ନାମ ଲେଖାଇବା ପାଇଁ ସବୁ ବେଳେ ପଛଘୁଞ୍ଚା ଦେଉଛନ୍ତି। ନିଜ ଅଞ୍ଚଳରେ ରହି ମଧ୍ୟ ବାହାରେ ବିଜ୍ଞାନ ପଢିବା ପାଇଁ ପସନ୍ଦ କରନ୍ତି ଏଠାକାର ଛାତ୍ରଛାତ୍ରୀ ମାନେ। ତେଣୁ ଦୟନିୟ ହେବାରେ ଲାଗିଲାଣି ସୋରଡା ରେ ଯୁକ୍ତ ଦୁଇ ବିଜ୍ଞାନ। ଏତେ କମ ଛାତ୍ରଛାତ୍ରୀ କୁ ନେଇ ବିଜ୍ଞାନ ଏଠାରେ ତିଷ୍ଠି ରହିବା କଷ୍ଟ ସାଧ୍ୟ। ଆବଶ୍ୟକ ପଡିଲେ ଏଠାରୁ ବିଜ୍ଞାନ ଶିକ୍ଷା ଉଠିଯିବାର ସମ୍ଭାବନା  ମଧ୍ୟ ଅଧିକ ରହିଛି। ଏହି ପରି  ଯୁକ୍ତ ଦୁଇ ବିଜ୍ଞାନ ଦିନ  କୁ ଦିନ ଅସ୍ତିତ୍ଵ ହରାଇବାରେ ଲାଗୁଥିବା ବେଳେ ମାଧ୍ଯମିକ ବିଦ୍ୟାଳୟ ପ୍ରଶାସନ ଏଥିପ୍ରତି କେତେ ଦୂର ଯତ୍ନବାନ ତାହା ଦ୍ରୁଷ୍ଟି ଗୋଚର ହେଉନହି। ଫଳରେ ସାଧାରଣ ଜନତା ଠାରୁ ଆରମ୍ଭ କରି ଶିକ୍ଷାବିତ ବୁଦ୍ଧିଜୀବୀ  ମାନେ ମଧ୍ୟ ଏହା କୁ ନିନ୍ଦା କରିବା ସହ ନାପସନ୍ଦ କରିଛନ୍ତି। ଏହିପରି ପରିସ୍ଥିତି ରେ କିପରି ବିଜ୍ଞାନ ପାଠ୍ୟକ୍ରମ ପ୍ରତି ପିଲାଙ୍କ ଆଗ୍ରହ ବଢା ଯାଇପାରିବ ସେଥିପ୍ରତି ବିଦ୍ୟାଳୟ ରେ କେତିକି ସମୀକ୍ଷା ହେଉଛି ତାହା କାହାକୁ ଜଣା ନାହି । କିନ୍ତୁ ଏଠାକାର ଉଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ମାନେ ବିଜ୍ଞାନ ଶିକ୍ଷାକୁ ନେଇ ବାହାସ୍ପଟ ମାରିବାରେ  କେବେ ପଛଘୁଞ୍ଚା ଦିଅନ୍ତି ନାହି। ଗୋଟିଏ ପଟେ ଶିକ୍ଷା ର ଅସ୍ତିତ୍ଵ ଲୋପ ପାଉଥିବା ବେଳେ ଏହିପରି ବାହାସ୍ପଟ ମାରିବା ଅପେକ୍ଷା ଏହାର ପୁନରୁଦ୍ଧାର କିପରି ହବ ସେଥିପ୍ରତି ସମସ୍ତେ ସଚେତନ ହେଲେ ଭଲହୁଅନ୍ତା ବୋଲି ଶିକ୍ଷାବିତ ଙ୍କ ମତ।

ସୋରଡା ରେ ଉଚଶିକ୍ଷା ନିମନ୍ତେ ୧୯୭୮ ମସିହା ରେ ସ୍ଥାନୀୟ ଜରାଉ ଶଙ୍ଖ ନିକଟ ରେ ଏକ ମହାବିଦ୍ୟାଳୟ ଖୋଲିଲା। ବଡଗଡ ରାଜପରିବାର ଉଚଶିକ୍ଷା ପାଇଁ ପ୍ରାୟ ୧୧ ଏକର ଜମି ଦେଇଥିଲେ ଯେଉଁଥିରେ ଋଷିକୁଲ୍ୟା କଲେଜ ଗଢି ଉଠିଥିଲା। ଏହି କଲେଜ ଟିକୁ ନିର୍ମାଣ ପାଇଁ ସହରବାସୀ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ଆଜକୁ ଏହି ମହାବିଦ୍ୟାଳୟ ୪୨  ବର୍ଷ ହେଲାଣି। ୧୯୯୬ ମସିହା ରେ ଏଠାରେ ଯୁକ୍ତ ଦୁଇ ବିଜ୍ଞାନ ଖୋଲିଲା। ସେତେବେଳେ ଏଠାରେ ମାତ୍ର ୩୨ ଟି ସିଟ ରହିଥିବା ବେଳେ ଆସ୍ତେ ଆସ୍ତେ ଏହା ୬୪ କୁ  ବୃଦ୍ଧିପାଇଲା ଏବଂ ବର୍ତମାନ ଏଠାରେ ୧୨୮ ସିଟ ଯୁକ୍ତ ଦୁଇ ବିଜ୍ଞାନ ପାଇଁ ରହିଛି। ସୋରଡା ବ୍ଲକ ରେ ଯୁକ୍ତି ଦୁଇ କଳା ପାଠ୍ୟକ୍ରମ କୁ ନେଇ ତିନୋଟି ମହାବିଦ୍ୟାଳୟ ରହିଥିବା ବେଳେ ବିଜ୍ଞାନ କେବଳ ଗୋଟିଏ ଋଷିକୁଲ୍ୟା ଊଚମାଧ୍ୟମିକ ବିଦ୍ୟାଳୟ ରହିଛି। ପ୍ରତି ବର୍ଷ ସୋରଡା ସହର ସମେତ ବ୍ଲକ ରୁ ଶତାଧିକ ପିଲା ପ୍ରଥମ ଶ୍ରେଣୀ ଓ ଅଧିକ ନମ୍ବର ରଖି ୧୦ ମ ଶ୍ରେଣୀ ରେ ପାସ କରୁଥିବା  ବେଳେ ନିଜ ନିଜ ଗ୍ରାମ ରେ ପଢିବା ପାଇଁ କୁନ୍ଥୁ କୁନ୍ଥୁ ହେବା ତ ଦୂର ର କଥା ସମ୍ପୂର୍ଣ ଭାବେ ମନାକରୁଛନ୍ତି।ଏପରିକି ଅଭିଭାବକଙ୍କ ମଧ୍ୟ ପସନ୍ଦ ନାହି ଏଠାରେ ଯୁକ୍ତ ଦୁଇ ରେ ନାମଲେଖାଇବା।

ସୋରଡା ରେ ଯୁକ୍ତ ଦୁଇ ରେ ଦୁତୀୟ ବର୍ଷ ରେ ବର୍ତମାନ ୫୩ ଜଣ ରହିଥିବା ବେଳେ ଯୁକ୍ତ ପ୍ରଥମ ବର୍ଷ ପାଇଁ ମାତ୍ର ୧୬ ଜଣ  ନାମ ଲେଖାଇଛନ୍ତି। ଗତ ବର୍ଷ  ମଧ୍ୟ ଏଠାରେ ମାତ୍ର ୩୩ ଜଣ ନାମ ଲେଖାଇଥିଲେ। ଏହି ପରି ଦୟନୀୟ ଅବସ୍ଥା ଚଳିତ ବର୍ଷ ହିଁ ନୁହ ଅନେକ ବର୍ଷ ଧରିଚାଲିଛି। ଯେଉଁ ମାନେ ଏଠାରେ ଆବେଦନ କରୁଛନ୍ତି ସେମାନଙ୍କ ମଧ୍ୟରେ  ଅତି କମ ନମ୍ବର ରଖିଥିବା ଛାତ୍ରଛାତ୍ରୀ ରହିଛନ୍ତି। ଏପରିକି ମେଟ୍ରିକ ରେ ୧୯୮ ନମ୍ବର ରଖି  ପାସ  କରିଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ବିଜ୍ଞାନ ପଢିବାର ସୁଯୋଗ ପାଉଛନ୍ତି। ଏପରି ସ୍ଥଳେ ଅନୁମାନ କରାଯାଇପାରେ ଯେ କେତେ ନିମ୍ନଗାମୀ ହେଲାଣି ଏଠାରେ ଯୁକ୍ତ ଦୁଇ ବିଜ୍ଞାନ ଶିକ୍ଷା। କେଉଁଠି ରହିଛି ଅଭାବ ଏଥିପ୍ରତି କେହି ଯତ୍ନବାନ ନାହାନ୍ତି। ହଁ ଏୟା ସତ ଯେତେବେଳେ ବିଜ୍ଞାନ ର ଦୟନୀୟ ଅବସ୍ଥା ଅଲୋଚନା ହୁଏ ଏଠାକାର ଅଧ୍ୟାପକ ମାନେ ଇନପୁଟ ନଥିବା ଇଂରାଜୀ କଥା କୁହନ୍ତି। କାହିଁକି ଇନ୍ପୁଟ ନାହି ତାହା କେବେ ସମୀକ୍ଷା କରିନାହାନ୍ତି। ଋଷିକୁଲ୍ୟା ଉଚମାଧ୍ୟମିକ ବିଦ୍ୟଳୟ ବ୍ଲକ ଗ୍ରାଣ୍ଟ ଅନୁଦାନ ପ୍ରାପ୍ତ ହେଇଥିବା  ବେଳେ ବର୍ତମାନ ଜିଆଇଏ ମାନ୍ୟତା ପାଇ ସାରିଲେଣି। ସମସ୍ତେ ସରକାର ଙ୍କ ଠାରୁ ହଜାର ହଜାର ଟଙ୍କା  ଦରମା ପାଉଛନ୍ତି। ଏପରିକି ପ୍ରତିମାସ ରେ ଏଠାକାର ବିଜ୍ଞାନ ପାଇଁ ଉଦ୍ଧିଷ୍ଟ ଅଧ୍ୟାପକ ଙ୍କ ନିମନ୍ତେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରୁଛନ୍ତି, କିନ୍ତୁ ଏଠାରେ ଗୋଟିଏ ସରକାରୀ ଅନୁଷ୍ଠାନ ର  ପରିବେଶ ଦେଖିବା ଭାରି କଷ୍ଟ।

ଦୀର୍ଘ ୨୪ ବର୍ଷ ପରେ ମଧ୍ୟ ଏଠାରେ ଉନତମାନର ବିଜ୍ଞାନ ପାଠ୍ୟକ୍ରମ ପାଇଁ ଆବଶ୍ଯକୀଯ ସୁବିଧା ନାହି। ଶ୍ରେଣୀ ଗୃହ ଗୁଡିକ ଅତ୍ୟନ୍ତ ପୁରୁଣା ହେବା ସହ ତାହାର ନବୀକରଣ ହେଇପାରୁନାହି। ସୋରଡା ବିଧାୟକ ଙ୍କ ଆପ୍ରାଣ ଉଦ୍ୟମ ରେ ଅନେକ ଗୁଡିଏ ନୂତନ ଶ୍ରେଣୀ ଗୃହ ନିର୍ମାଣ ହେଇଥିଲେ ମଧ୍ୟ ତାହା ଏଠାକାର ଛାତ୍ରଛାତ୍ରୀ ପାଇଁ ଉପଲବ୍ଧ ହେଇପାରୁନାହି। ଶ୍ରେଣୀ ଗୃହ ଗୁଡିକ ବହୁ ପୁରୁଣା ହେଲାଣି ଏପରି ସ୍ଥିତି ରେ ଏଠାକାର ଅଧ୍ୟକ୍ଷ ପିଲାଙ୍କ ସୁବିଧା ଚିନ୍ତା  କରିବା ପରିବର୍ତେ ନିଜେ କିପରି ଭଲରେ ବସିବେ ସେଥିପାଇଁ ଆବଶ୍ୟକ ଠାରୁ ଅଧିକ ଲକ୍ଷାଧିକ ଟଙ୍କା  ପୃନ୍ସିପାଲ  ଖର୍ଚ  କରୁଛନ୍ତି। ବିଜ୍ଞାନ ପ୍ରାକ୍ଟିକାଲ ଗୃହ ଗୁଡିକ ମଧ୍ୟ ସେହିପରି ପୁରୁଣା ଢାଞ୍ଚା ରେ ଚାଲିଛି। ପିଲାଙ୍କ ନାମଲେଖା ବାବଦ ରେ ହଜାର ହଜାର ତାଙ୍କ ଆଦାୟ କରାଯାଉଛି ଯାହା ଗଞ୍ଜାମ ଜିଲ୍ଲା ରେ ପ୍ରାୟ ଅନ୍ୟାନ କଲେଜ ଠାରୁ ବହୁତ ଅଧିକ। ମହାବିଦ୍ୟାଳୟ ଅଧ୍ୟକ୍ଷ ମଧ୍ୟ ପିଲାଙ୍କୁ ଅଣଦେଖା କରୁଥିବା ଆଲୋଚନା ହେଉଛି। ଅଭିଯୋଗ କରିବାକୁ ଗଲେ ଓଲଟା ଶୁଣିବାକୁ ପଡୁଛି। କିଛି ଅଭିଭାବକ ଙ୍କ କହିବା ହେଲା ଏଠାକାର ଶିକ୍ଷାଦାନ ସେହି ଗୋଟିଏ ଢାଞ୍ଚା ରେ ଦିଆହେଉଛି। ଯାହା ପିଲାଙ୍କ ପାଇଁ ବର୍ତମାନ ତାଳମେଳ ଦେଇ ଚାଲିବା କଷ୍ଟ ହେଉଛି। ବିଦ୍ୟାଳୟ ରେ ଅଧିକ ସମୟ ସରକାରୀ କାର୍ଯ୍ୟକର୍ମ ନାମ ରେ ସମୟ ଅପଚୟ କରାଯାଉଛି। ଏହି  ପରି କର୍ଜ୍ୟକ୍ରମ ବାହାନାରେ ପାଠ ନପଢାଇବା ମଧ୍ୟ ଏକ  ବାହାନା ପାଲଟି ଯାଉଛି। ଏଠାରେ ପିଲାମାନଙ୍କ ପାଇଁ ମୌଳିକ ସୁବିଧା ନାହି। ଛାତ୍ରଛାତ୍ରୀ ମାନେ ଏଠାରେ ପଢିବା ପରିବେଶ ଟି ଏକ କଲେଜ ଅପେକ୍ଷା ହାଇସ୍କୁଲ ପରି ମନେ କଲେଣି। ତେଉ ପିଲାଙ୍କ ମାନସିକ ବିକାଶ ହେଇପାରୁନଥିବା ଅନେକ କହୁଛନ୍ତି। ଏଠାକାର ଗବେର୍ନିଙ୍ଗ ବୈଠକ କେବେ ହେଉଛି କେହି ଜାଣିନାହାନ୍ତି । ଯୁକ୍ତ ଦୁଇ ବିଜ୍ଞାନ ର ଅବସ୍ଥା ଏପରି ଦୟନିୟ ହେଲେ ସୁଧା ଗ ଭର୍ନିଙ୍ଗ ବଡି ସଦସ୍ୟ ମାନେ କଣ ନିଷ୍ପତି ନେଇଛନ୍ତି କାହାକୁ  ଜଣା ନାହି। ଏସବୁ  ବ୍ଯତୀତ କିଛି ଅଧ୍ୟାପକ ଙ୍କ ପରୋକ୍ଷରେ କହିବା ହେଲା ଯଦି ଯୁକ୍ତ ଦୁଇ ବିଜ୍ଞାନ ଏଠାରୁ ଉଠି ଯାଏ ତେବେ ଆମର କିଛି ଅସୁବିଧା ନାହି ଆମେ ତହ ସରକାରୀ ଦରମା ପଇସାରିଲୁଣି ତେଣୁ ଉଠିଲେ ଉଠିଯାଉ। ଆମ କୁ ସରକାର ଆଉ  କେଉଁଠି ପୋଷ୍ଟିଂ କରାଇବେ । ଏହିପରି ଚିନ୍ତା ଧାରା କୁ ନେଇ ଉନତମାନର ଶୈକ୍ଷିକ ପରିବେଶ ଆଶା କରିବା ନିରର୍ଥକ ଅଟେ। ତେଣୁ ଉଚକତୃପକ୍ଷ ଏଥିପ୍ରତି ଦ୍ରୁଷ୍ଟି ଦେଇ କିପରି ଉନ୍ନତ ମାନ ର ଶୈକ୍ଷିକ ପରିବେଶ ସୃଷ୍ଟି ହେବ ଏବଂ ବିଦ୍ୟାଳୟ ର ଥିବା ଟଙ୍କା ବ୍ୟକ୍ତିଗତ ଉଦ୍ୟେଶ ରେ ନ ବ୍ୟବହାର ହେଇ ପିଲାଙ୍କ ସ୍ଵାର୍ଥ ରେ କିପରି ବ୍ୟବାହାର କରାଯାଇପାରିବ ସେଥିପ୍ରତି ଦ୍ରୁଷ୍ଟି ଦେଲେ ଏଠାକାର ଅଞ୍ଚଳବାସୀ ଙ୍କ ନିମନ୍ତେ ଉଦ୍ଧିଷ୍ଟ ଏକ ମାତ୍ର ବିଜ୍ଞାନ ପାଠ୍ୟକ୍ରମ ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କରାଯାଇପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ