ସମାଜସେବୀ ସାମ୍ବାଦିକ ସୁଜିତ କୁମାର ବେହେରାଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଗଲା

ଗଞ୍ଜାମ,(ୱାଇଏନ୍ଏସ୍): ସୁଜିତ କୁମାର ବେହେରାଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସାମ୍ମାନୀତ ହୋଇଛନ୍ତି । ଯାହାକୁ ନେଇ ବିଭିନ୍ନ ମହଲରେ ଶୁଭେଚ୍ଛା ଜଣାଯାଇଛି । ଡ଼.ଏପି.ଜେ ଅବଦୁଲ କାଲାମ (ଖଲ୍ଲିକୋଟ),ଜନକଲ୍ୟାଣ ପରିଷଦ ଗଞ୍ଜାମ ଜିଲ୍ଲା,ପବ୍ଲିକ ରାଇଟସ ଆସୋସେସନର ମିଳିତ ଆନୁକୂଲ୍ୟରେ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା । ରମ୍ଭା ବନ୍ୟପ୍ରାଣୀ ଓ ବନାଞ୍ଚଳ ଅଧିକାରୀ ରଶ୍ମିତା ଜେନା, ପୂର୍ବତନ ନଗରପାଳ ତଥା ସମାଜ ସେବୀ ସୁବାଷ ଚନ୍ଦ୍ର ପଣ୍ଡା, ଶିକ୍ଷାବିତ ତଥା ପ୍ରକୃତି ବନ୍ଧୁ ବିଜୟ କୁମାର ବିଶ୍ୱାଳ, ରମ୍ଭା ଆଇଆଇସି କୃଷ୍ଣ ଚନ୍ଦ୍ର ସେଠୀ ଅତିଥି ରୂପେ ଯୋଗଦେଇ ସମାଜସେବୀ ବେହେରାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସାମ୍ମାନୀତ କରିଥିଲେ । କରୋନା ଭୟଭୟତା ସମୟରେ ସମାଜସେବୀ ବେହେରା ସହଯୋଗ ମାନଙ୍କୁ ନେଇ ବାଟରେ ଚାଲି ଚାଲି ଯାଉଥିବା ପ୍ରବାସି ଶ୍ରମିକ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇଇବା ,ଲୋକଙ୍କୁ ମାସ୍କ ମାଗଣାରେ ବଣ୍ଟନ କରିବା, ଗାଁ, ଗାଁ ବୁଲି ମାସ୍କ ପିନ୍ଧିବା,ସାନିଟାଇଜ଼ର ବ୍ୟବହାର କରିବା,ସମଦୁରତା ପାଳନ କରିବା ନେଇ ଲୋକଙ୍କୁ ସଚେତନତା କରିବାରେ ଏକ ସକ୍ରିୟ ଭୂମିକା ନେଇଥିଲେ । ଏଥି ପାଇଁ ତାଙ୍କୁ ପ୍ରଶାସନଠାରୁ ଆରମ୍ବ କରି ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ