ଗ୍ୟାସ୍ ପାଇପ ଫାଟି ୩ବର୍ଷର ଶିଶୁକନ୍ୟା ମୃତ
ଭୁବନେଶ୍ୱର,(ୱାଇଏନ୍ଏସ୍): ଶନିବାର ବିଳମ୍ବିତ ରାତିରେ ବେଗୁନିଆ ବ୍ଲକ୍ ଗଡମାଣତୀର ଗ୍ରାମର ଉପରଗଡ଼ ସାହିରେ ଗ୍ୟାସ୍ ପାଇପ ଫାଟି ୩ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ଜଣ ଗୁରୁତର ଆହତ ହୋଇ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆହତମାନଙ୍କୁ ପ୍ରଥମେ ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ୧୦୮ ଆାମ୍ବୁଲାନ୍ସରେ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସ୍ୱାସ୍ଥ୍ୟରେ ଅବନତି ହେବାରୁ ଭୁବନେଶ୍ୱର ଏବଂ ପରେ କଟକ ବଡ଼ ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଚିକିତ୍ସିତ ଅବସ୍ଥାରେ ଶିଶୁକନ୍ୟା ପ୍ରତୀକ୍ଷାର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି ।


