ବୈଜ୍ଞାନିକଙ୍କୁ ମୋଦି ଦେଲେ ଆଶ୍ୱାସନାଆଗକୁ ବଢ଼ନ୍ତୁ, ମୁଁ ଆପଣମାନଙ୍କ ସହିତ ଅଛି

ନୂଆଦିଲ୍ଲୀ : ଲ୍ୟାଣ୍ଡର ବିକ୍ରମର ଅବତରଣ ଦେଖିବାକୁ ଇସ୍ରୋ କେନ୍ଦ୍ରରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଶନରେ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ଅବଗତ କରାଯିବା ପରେ ସେ ନିଜ ଆସନରୁ ଉଠି ଚାଲିଯାଇଥିଲେ । ଏଥିରୁ ମିଶନରେ କିଛି ତ୍ରୁଟି ହୋଇଥିବାର ସମସ୍ତେ ମନେ କରିଥିଲେ । ଇସ୍ରୋ କେନ୍ଦ୍ରରେ ଉପସ୍ଥିତ ବୈଜ୍ଞାନିକମାନଙ୍କ ମୁହଁରେ ନିରାଶା ସ୍ପଷ୍ଟ ଭାବେ ଦୃଶ୍ୟ ହେଉଥିଲା । ସେମାନେ ପରସ୍ପର ସହିତ ଏ ନେଇ ଆଲୋଚନାରେ ଥିଲେ । ଏହି ସମୟରେ ମୋଦି ପୁଣି ସେଠାକୁ ଆସିଥିଲେ ଏବଂ ବୈଜ୍ଞାନିକମାନଙ୍କୁ ଆଶ୍ୱାସନା ଦେଇଥିଲେ । ସେ କହିଥିଲେ ଯେ ସମଗ୍ର ଦେଶ ଆପଣମାନଙ୍କ ପାଇଁ ଗର୍ବିତ । ଆପଣମାନେ ଆମ ଦେଶ ଏବଂ ସମଗ୍ର ମାନବ ଜାତି ପାଇଁ ବହୁତ ବଡ଼ କାମ କରିଛନ୍ତି । ଆପଣମାନେ ଏକ ମିଶନରୁ ଯାହା କିଛି ପାଇଛନ୍ତି ତାହା କୌଣସି ଦୃଷ୍ଟିରେ ଛୋଟିଆ ଉପଲବ୍ଧି ନୁହେଁ । ଜୀବନରେ ଉତଥାନ ପତନ ଲାଗି ରହେ । ତେଣୁ ଆପଣମାନେ ନିରାଶ ନ ହୋଇ ଆଗକୁ ବଢ଼ନ୍ତୁ । ମୁଁ ଆପଣମାନଙ୍କ ସହିତ ଅଛି । ମୁଁ ଆଶା କରୁଛି ଯେ ଆପଣମାନେ ପୁଣି ଥରେ ଦେଶକୁ ଖୁସି ହେବାର ସୁଯୋଗ ଦେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ