ଏମିତି ଦେଶ ଯେଉଁଠି ମୃତବ୍ୟକ୍ତିଙ୍କ ସହ ହୋଇଥାଏ ବିବାହ,
ନେବାକୁ ପଡ଼େ ରାଷ୍ଟ୍ରପତିଙ୍କ ଅନୁମତି-
ବିଭିନ୍ନ ଦେଶର ଆଇନକାନୁନ ଭିନ୍ନ ପ୍ରକାରର । ତେବେ ଏମିତି କିଛି ଆଇନକାନୁନ ରହିଛି ଯାହା ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ । ଏମିତି ଏକ ଦେଶ ହେଉଛି ଫ୍ରାନ୍ସ । ଏଠାକାର ଆଇନକାନୁନ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
-ଏଠାକାର ଲୋକେ ବହୁତ ଖାଇବା ପ୍ରିୟ । ତେଣୁ ଏଠାରେ ହୋଟେଲର ବଳକା ଖାଦ୍ୟ ଫୋପାଡ଼ିବା ଆଇନ ବିରୋଧୀ ।
-କୁହାଯାଏ, ଏପ୍ରିଲ ଫୁଲ୍ ଫ୍ରାନ୍ସରୁ ପ୍ରଥମେ ଆରମ୍ଭ ହୋଇଥିଲା ।
-ଏଠାକାର ମହିଳା ଅନ୍ୟ ଦେଶ ତୁଳନାରେ ସବୁଠାରୁ ଅଧିକ ଦିନ ବଞ୍ଚିଥାନ୍ତି ।
-ବିବାହ ସମୟରେ ଧଳା ପୋଷାକ ପିନ୍ଧିବା ପରମ୍ପରା ଫ୍ରାନ୍ସରୁ ହି ବିଗତ ୫୦୦ ବର୍ଷ ହେବ ଚାଲିଆସୁଛି ।
-ଫ୍ରାନ୍ସର ଏକ ବିଚିତ୍ର ପରମ୍ପରା ହେଉଛି, ଏଠାର ଲୋକେ ମୃତ ବ୍ୟକ୍ତି ବା ମହିଳାଙ୍କ ସହ ବିବାହ କରିପାରିବେ । ମାତ୍ର ଏଥିପାଇଁ ସେମାନଙ୍କୁ ରାଷ୍ଟ୍ରପତିଙ୍କ ଅନୁମତି ନେବାକୁ ପଡ଼ିଥାଏ । ବିଶେଷ ପରିସ୍ଥିତିରେ ରାଷ୍ଟ୍ରପତି ଏଥିପାଇଁ ଅନୁମତି ଦେଇଥାନ୍ତି ।


