ଗଜପତି ଆପ୍ ପକ୍ଷରୁ କୃଷି ବିଲ୍‌କୁ ବିରୋଧ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):କେନ୍ଦ୍ର ସରକାରଙ୍କ ଦ୍ୱାରା ଗୃହୀତ ହୋଇଥିବା କୃଷି ବିଲ୍‌କୁ ବିରୋଧକରି ଗଜପତି ଜିଲା ଆମ୍ ଆଦ୍‌ମୀ ପାର୍ଟି (ଆପ) ଜିଲ୍ଲା ଆପ ପକ୍ଷରୁ ଏକ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିବାର ଜଣାପଡିଛି । ଏଥିନେଇ ଜିଲ୍ଲା ଆପ୍‌ର ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଏକ ରାଲି ସ୍ଥାନୀୟ ହାଇସ୍କୁଲ ଛକଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆପ୍‌ର ବରିଷ୍ଠ ନେତା ଲିଙ୍ଗରାଜ ପାଣିଗ୍ରାହୀ, କିଶୋର ଚନ୍ଦ୍ର ଗୁରୁ, ତ୍ରିନାଥ ଅଧିକାରୀ, ଏସ୍‌.କେ. ମୋଜିବ, ତ୍ରିନାଥ ପଟ୍ଟନାୟକ, ଲୋକନାଥ ଭୁକ୍ତା, ଇଶ୍ୱର ରାଓ, ଚକ୍ରପାଣି, ରାଙ୍ଗାଚରଣ ପଟ୍ଟନାୟକ, ତିରୁପତି ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ । ଉକ୍ତ ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି ଯେ ମୋଦୀ ସରକାର ଯେଉଁପରି ଭାବେ ଅଗଣତାନ୍ତ୍ରିକ ଉପାୟରେ ରାଜ୍ୟସଭାରେ ଧ୍ୱନିମତ ମାଧ୍ୟମରେ କୃଷି ବିଲ୍ ପାସ୍ କରାଇଲେ ତାକୁ ଆମ୍ ଆଦମୀ ପାର୍ଟି ନିନ୍ଦା କରୁଛି । ଦ୍ୱିତୀୟତଃ ଏହି କୃଷି ସମ୍ବନ୍ଧୀୟ ବିଲ ଗୁଡିକ ଭାରତ ବର୍ଷରେ କୃଷକର ମେରୁଦଣ୍ଡ ଭାଙ୍ଗିଦେବ । ଏହି କଳା ବିଲ୍ ଯଦି କାର୍ଯ୍ୟକାରୀ ହୁଏ ତେବେ ଯେଉଁ କମ୍ପାନୀମାନେ ଏବଂ ମିଡିଲ ମ୍ୟାନ ବା ଦଲାଲ ମାନେ କୃଷି କ୍ଷେତ୍ରରେ ପ୍ରବେଶ କରିବେ ସେମାନେ ଲାଭାନ୍ୱିତ ହେବା ସହିତ ଉଭୟ କୃଷକ ଏବଂ ଖାଉଟି ବଡ ଦୁର୍ଦ୍ଦିନରେ ରହିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ