ରାଇରଙ୍ଗପୁରରେ ଜି.ଏସ.ଟି ସମାଧାନ କେନ୍ଦ୍ର ଉଦ୍ଘାଟିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ରାଇରଙ୍ଗପୁରରେ ଜିଏସଟି ସମାଧାନ କେନ୍ଦ୍ର ଉଦ୍ଘାଟିତ । ରାଇରଙ୍ଗପୁର ଠାରେ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ମୁର୍ମୁଛକ ନିକଟରେ ଜି.ଏସ.ଟି ସମାଧାନ କେନ୍ଦ୍ର କରୋନା କଟକଣା ଓ ସାମାଜିକ ଦୂରତା ବଜାୟ ରଖି ଉଦ୍ଘାଟିତ ହୋଇଯାଇଛି । ସମସ୍ତ ଅତିଥି ଓ ଆୟୋଜକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ବାପୁଜୀଙ୍କ ସ୍ମୃତିଚାରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଡ଼ଃ ଅରୁଣ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିସଟି ବିଷୟରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ |ଅନ୍ୟତମ ସ୍ୱତନ୍ତ୍ର ଅତିଥି ଭାବେ ରାଇରଙ୍ଗପୁର ଉପଖଣ୍ଡର ଏସ.ଡି.ପି.ଓ ଶ୍ରୀଯୁକ୍ତ ସ୍ନେହାଶିଷ ସାହୁ ଯୋଗଦେଇ ଜି.ଏସ.ଟି ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଦିଗରେ ଗୁରୁତ୍ୱ ଆରୋପ କରିଥିଲେ । ଯୁବଧ୍ୟାପକ ଗଣେଶ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ଅବସରରେ ଟିକସ ଫାଙ୍କି ଯୋଗୁଁ ଦେଶ ବହୁ ପରିମାଣରେ ରାଜସ୍ୱ ହରାଉଛି ଯାହା ଦେଶର ପ୍ରଗତିରେ ବାଧା ସୃଷ୍ଟି କରୁଛି ବୋଲି କହିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ନାଟ୍ୟକାର ଶରତ ଦାସ ଓ ଯୁବ ଶିକ୍ଷାବିତ ତଥା ଶିଶୁ ସାହିତ୍ୟିକ ଭବାନୀ ଶଙ୍କର ଗିରିଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସାହିତ୍ୟିକ ଲଳିତ ମହାନ୍ତ ସଭାପତିତ୍ୱ କରିଥିବା ବେଳେ ଯୁବନେତା ଦିପ୍ତୀମାନ ବଳ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ସଫଳ ଆୟୋଜନ କରିବାରେ ମୁଖ୍ୟ ଆୟୋଜକ ସୁବ୍ରତ ମହାନ୍ତି, ଶାଖା ପରିଚାଳକ ବିସ୍ମୟ ବଳ, ଛାତ୍ରନେତା କମଲେଶ ବଳ,ମନୋଜ ସିଂହ ପ୍ରମୂଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।


