ଜିଲ୍ଲା କଂଗ୍ରେସ ପକ୍ଷରୁ ଆଦିତ୍ୟ ନାଥ ଯୋଗୀ ଏବଂ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଉତ୍ତର ପ୍ରଦେଶର ଯାତ୍ରାଶିଳ୍ପ ଦୁଷ୍କର୍ମ ପିଡିତାର ଦୁଃଖଦ ମୃତ୍ୟୁ ଘଟଣାରେ ମ୍ରିୟମାଣ ହୋଇପଡ଼ିଥିବା ପରିବାର ସଦସ୍ୟଙ୍କୁ ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ ସାଂସଦ ରାହୁଲ ଗାନ୍ଧୀ ଓ ଏ.ଆଇ.ସି.ସି ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ସମବେଦନା ଜଣାଇବାକୁ ଯାଉଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଗୁଣ୍ଡା ପୋଲିସ ବାହିନୀ ବ୍ୟବହାର କରାଯାଇ ବ୍ୟକ୍ତି ସ୍ୱାଧୀନତାକୁ ସଂକୁଚିତ କରାଯାଇପାରିବ ଟଣାଓଟରା କରି ରୋକ ଲଗାଇଥିଲେ । ମୃତକ ପିଡିତାର ଶବକୁ ପରିବାରର ଲୋକଙ୍କୁ ହସ୍ତାନ୍ତର ନ କରି ରାତିରେ ପୋଲିସ ଜବରଦସ୍ତ ଶବଦାହ କରିଥିଲା । ଏହାକୁ ବିରୋଧ କରି ମହାରାଜା ପୁର୍ଣ୍ଣଚନ୍ଦ୍ର କନିଷ୍ଠ ବିଦ୍ୟାଳୟ ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆଦିତ୍ୟ ନାଥ ଯୋଗୀଙ୍କ କୁଶପୁତ୍ତଳିକା କଂଗ୍ରେସ ଦଳ ତରଫରୁ ଦାହ କରାଯାଇଥିଲା । ଏହି ପ୍ରତିବାଦ ସଭାରେ ପୂର୍ବତନ ସାଂସଦ ସୁଶିଳା ତିରିଲା, ହେମନ୍ତ ଦାସ,ସସ୍ମିତା ଘୋଷାଲ,ବିଜନ ଦାସ, ଜ୍ୟୋତି ପ୍ରକାଶ ଦାସ, ଅରବିନ୍ଦ ଦାସ,ବିଜୟ ସିଂ,ଯୋଗେଶ ଅଗ୍ରୱାଲ, ଅଶୋକ ଗିରି, ଶାନ୍ତନୁ ପାଲ,ପ୍ରଦୀପ ମିଶ୍ର, ତୁଷାର ବେହେରା,ଦୀପକ ଦାସ,ନିର୍ମଳ ପ୍ରଧାନ, ବିକାଶ ସାମଲ, ଦେବାଶିଷ ଅଧିକାରୀ,ନିଲୁ ମହାନ୍ତି, କାର୍ତ୍ତିକ ମହାନ୍ତ, ଇତିଶ୍ରୀ ମିଶ୍ର,ଶୁଭଷ୍ମିତା ବେହେରା,ଇନ୍ଦୁ ମହାନ୍ତି, ଶକୁନ୍ତଳା ମହାନ୍ତ ପ୍ରମୁଖ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ