ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ଓ ହତ୍ୟା କାଣ୍ଡ ମାମଲାକୁ ବିଭିନ୍ନ ମହଲରୁ ନିନ୍ଦା

କଳାହାଣ୍ଡି,(ୱାଇଏନ୍ଏସ୍): ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ଓ ହତ୍ୟା କାଣ୍ଡ ମାମଲାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଏହି କ୍ରମରେ ଆଜି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବା ଏବଂ ବଳାତ୍କାରୀ ଓ ହତ୍ୟାକାରୀ ମାନଙ୍କୁ ଗିରଫ କରି ଫାଶୀ ଦେବା ଦାବି ନେଇ ସ୍ଥାନୀୟ ଗାନ୍ଧିଛକ ର ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ମମ୍ମୁଖରେ ପ୍ରତିବାଦ କରାଯାଇଛି । ଏହି ଗଣଦୁଷ୍କର୍ମ ମାମଲାରେ ୟୁପି ସରକାର ଓ ପୋଲିସ ର ଭୂମିକା ସନ୍ଦେହ ଘେରକୁ ଆସୁଥିବା ପ୍ରସଙ୍ଗ କୁ ଛାତ୍ର ନେତା ମାନେ ଉଠାଇଛନ୍ତି । ସମସ୍ତ ଦୋଷୀ ଫାଶୀ ଖୁଣ୍ଟ ରେ ଝୁଲିଲା ପରେ ହିଁ ପୀଡିତା ଙ୍କ ଆତ୍ମା ଶାନ୍ତି ପାଇବ ବୋଲି ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର କହିଛନ୍ତି । ସୂଚନାଯୋଗ୍ୟ, ସେପ୍‌ଟେମ୍ବର ୧୪ରେ ଉତ୍ତରପ୍ରଦେଶର ହଥରସ ଗାଁରେ ଜଣେ ଯୁବତୀଙ୍କୁ ଅତି ଅମାନୁଷିକ ଭାବେ କିଛି ‌ପ୍ରଭାବଶାଳୀ ବ୍ୟକ୍ତି ଗଣ ଦୁଷ୍କର୍ମ କରିବା ପରେ ସମ୍ପୃକ୍ତ ଯୁବତୀଙ୍କ ଜିଭ କାଟି ଦେଇଥିଲେ ଏବଂ ତାଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ । ଅତି ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଯୁବତୀଙ୍କୁ ଉତ୍ତର ପ୍ରଦେଶର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କର ଅବସ୍ଥା ଅତ୍ୟନ୍ତ ସଂକଟ ଜନକ ହୋଇପଡ଼ିବାରୁ ତାଙ୍କୁ ଦିଲ୍ଲୀର ସଫ୍‌ଦରଜଙ୍ଗ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଗତକାଲି ସମ୍ପୃକ୍ତ ଯୁବତୀଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଘଟଣାର ନୂଆମୋଡ ନେଇଛି, ପୀଡିତା ସହ କୌଣସି ଦୁଷ୍କର୍ମ ହୋଇନଥିବା ନେଇ ୟୁପି ପୋଲିସ ବୟାନ ଦେଇଛି । ଏଥିପାଇଁ ସରକାରଙ୍କୁ ତିବ୍ର ସମାଲୋଚନା କରିଛି କଳାହାଣ୍ଡି ଛାତ୍ର ବିଜେଡି । ପୀଡିତାଙ୍କୁ ମହମବତୀ ଜାଳି ଗଭୀର ଶ୍ରଦ୍ଧାଞ୍ଜଳି ଦେବା ସହ ଦୋଷୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନ ନେଲେ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି । ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଅଭିଶେକ ମହାପାତ୍ର, ରାଜ୍ୟ ଯୁବ ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ରାଜ୍ୟ ସହ ସମ୍ପାଦକ ରବି ପଟ୍ଟନାୟକ, ଅମରଦୀପ ସିଂହ, ଲାଲ ବାହାଦୂର ନାଏକ, ପ୍ରଦୀପ ଦାସ, ପ୍ରଶାନ୍ତ ନାଏକ, ଅଭିଜିତ ମିଶ୍ର, ଲବଣୀ ମହାନନ୍ଦ, ହାରୁନ ମହମ୍ମଦ, ଅମିତ ଯାଦବ, ଜିତେନ୍ଦ୍ର ବେହେରା, କାମାକ୍ଷ ସିଂହଦେଓ, ମହମ୍ମଦ ମୋସିନ, ସିନୁ ବେହେରା, ବିକାଶ ମୁଣ୍ଡ, ରୋମାଞ୍ଚଳ ମେହେର, ବିବେକ ମହାନନ୍ଦ, ସିତାରାମ ନାୟକ, ଲାଲୁ ମହାକୁଡ଼ ପ୍ରମୁଖ ଯୋଗଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ