ଜିଲ୍ଲା ପ୍ରଶାସନ ତରଫରୁ କଟକଣା ଭିତରେ ପାଳିତ ହେଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): କନ୍ଧମାଲ ଜିଲ୍ଲା ପ୍ରଶାସନ ତରଫରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀକୁ କରୋନା ସଂକ୍ରମଣକୁ ଆଖିରେ ରଖି କଟକଣା ଭିତରେ ଜନସମାଗମ ନ କରି ପାଳନ କରାଯାଇଛି । ଆଜି ସକାଳୁ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି ସ୍ଥାନୀୟ ଗାନ୍ଧୀଛକଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୁର୍ବ ବର୍ଷ ମାନଙ୍କ ଭଳି ଆଜି ଜିଲ୍ଲାରେ କୌଣସି ଯାଗାରେ ପ୍ରଶାସନ ଦ୍ୱାରା ଏହି ଦିବସକୁ ଆଡମ୍ବରରେ ପାଳନ କରାଯାଇ ନଥିବା ଦେଖିବାକୁ ମିଳିଥିଲା । ତେବେ ସହରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତି ଗୁଡିକ ସଫାସୁତୁରା କରାଯିବା ସହିତ ସାଜସଜ୍ଜା ମଧ୍ୟ କରାଯାଇଥିଲା


