ମେନ୍ କେନାଲ୍ ପାଣି ଭିତରୁ ଶବକୁ ଉଦ୍ଧାର କଲେ ଗ୍ରାମବାସୀ
କଳାହାଣ୍ଡି,(ଓ୍ବାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ମେନ୍ କେନାଲ୍ ଜୁନାଗଡ ଥାନା ଅନ୍ତର୍ଗତ ବକ୍ସିତୁଳସିପାଳି ଗ୍ରାମକୁ ଲାଗି ରହିଥିବା ମେନ୍ କେନାଲ୍ ପାଣିଭିତରେ ଶବ ଭାସୁଥିବା ଗ୍ରାମ ଗ୍ରାମ ବାସୀ ଦେଖି। ଜୁନାଗଡ ପୋଲିସ କୁ ଜଣାଇଥିଲେ।ଜୁନାଗଡ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ |ମୃତକଙ୍କ ଗ୍ରାମ ବକ୍ସି ତୁଳସିପାଳି ଡମ୍ବରୁ ବାଗ ବୟସ (୩୫) ଶଙ୍କର ବାଗ ଙ୍କ ପୁଅ ବୋଲି ଜଣାପଡିଛି। ମୃତକଙ୍କ ସ୍ତ୍ରୀ ଓ ୭ବର୍ଷର ପୁଅ ,୩ ବର୍ଷର ଝିଅ ଅଛନ୍ତି।
ମୃତକ ଅତି ଗରିବ ଅଟନ୍ତି ଏଣୁ ମୃତକ ଡମ୍ବରୁ ବାଗ ଗତକାଲି ଭୋର ୪ ଘଣ୍ଟା ସମୟରେ ହଳ ଧରି ଜଙ୍ଗଲକୁ ଯାଇଥିଲେ ବହୁ ସମୟ ଧରି ଘରକୁ ଫେରି ନଥିଲେ ।ଘର ଲୋକ ଖୋଜା ଖୋଜି ପରେ ଆଜି ସଖାଲେ କେନାଲ୍ ରେ ଶବ ଭାସୁଥିବା ଦୃଶ୍ୟ ଦେଖିଥିଲେ।ମୃତକଙ୍କ ପରିବାର ଲୋକେ ହତ୍ୟା କରାଯାଇଛି ବୋଲି ସନ୍ଦେହ କରୁଛନ୍ତି । ହତ୍ୟା ନା ପାଣିରେ ବୁଡି ମରିଛି ଜନ ସାଧାରଣଙ୍କ ମହଲ ଚର୍ଚ୍ଚାର ବିଷୟ ପାଲଟିଛି । ଶବ ଟିକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଜୁନାଗଡ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଛନ୍ତି । ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ତଦନ୍ତ ଜାରି ରଖିଛନ୍ତି


