ବିଦ୍ୟୁତ୍ ସ୍ପର୍ଶରେ ବଳଦ ମୃତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଳକର ଚନ୍ଦନପୁର ଗ୍ରାମର ମୋହନ ମୁର୍ମୁ ଦୁଇଟି ବଳଦ ଚରାଗବାକୁ ଘରୁ ବାହାରୁଥିବା ବେଳେ ବିଦ୍ୟୁତ ଖୁଣ୍ଟର ଆର୍ଥିଂ ଜିଆଇ ତାର ସଂସ୍ପର୍ଶରେ ଆସି ଗୋଟିଏ ବଳଦ ଟଳି ପଡ଼ିଥିଲା । ମୋହନ ଅଳ୍ପକେ ରକ୍ଷା ପାଇଁ ଯାଇଥିଲା । ପରେ ଯାତ୍ରୀ ନେସ୍କୋ ଅଫିସକୁ ଜଣାଇଥିଲେ । ନେସ୍କୋ ପକ୍ଷରୁ ବିଦ୍ୟୁତ୍ କାଟ କରା ଯାଇଥିଲା । ବିଚରା ଗରିବ ଚାଷୀ ମୋହନ ବଳଦକୁ ହରାଇ ଆଗକୁ କିଭଳି ଚାଷ କରିବ ମୁଣ୍ଡରେ ହାତ ଦେଇ ବସିଛି । ଶିଘ୍ର ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଦେବାପାଇଁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ