ପୁଣି ପୂଜାରେ ସଞ୍ଜୁ!
ଏଥର ପୂଜା ଆମର ବୋଲି ଘୋଷଣା କରିସାରେଲାଣି ମିଷ୍ଟର ମଜନୁ ଟିମ୍ । ଦଶହରାରେ ସବୁଥର ପରି ଏଥର ବି ତରଙ୍ଗ ସିନେ ପ୍ରଡକ୍ସନ୍ସ ପ୍ରସ୍ତୁତ କରୁଛି ନୂଆ ଓଡିଆ ଚଳଚ୍ଚିତ୍ର “ମିଷ୍ଟର ମଜ୍ନୁ । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ବାବୁସାନ୍, ଶୀତଲ୍, ସୂର୍ଯ୍ୟମୟୀ ଏବଂ ଦିବ୍ୟା । ଫିଲ୍ମରେ ୩ ଜଣ ନାୟିକା ଥିବାବେଳେ ଜଣେ ନାୟକ ରହିଛନ୍ତ । ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି । ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଏଥର ମଧ୍ୟ ନିର୍ଦ୍ଦେଶକ ଅଶୋକ ପତି ଫିଲ୍ମରେ ବାବୁସାନ୍ଙ୍କ ନାଁ ସଞ୍ଜୁ ରଖିଛନ୍ତି । ଏହି ଫିଲ୍ମକୁ ମିଶାଇ ୧୦ଟି ଫିଲ୍ମରେ ବାବୁସାନ୍ ସଞ୍ଜୁ ଚରିତ୍ରରେ ଅଭିନୟ କରିସାରିଲେଣି । ଏଥିସହ ପ୍ରଥମ ଥର ପାଇଁ ଫିଲ୍ମରେ ବାବୁସାନ୍ଙ୍କ ୬ ପ୍ୟାକ୍ ବଡି ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳୁଛି ।


