ଆକ୍ସନ ଫିଲ୍ମ କରିବେ ଶାହାରୁଖ

ବଲିଉଡ୍ ବାଦ୍ଶାହା ଶାହାରୁଖ ଖାଁ କିଛି ଦିନ ହେବ ତାଙ୍କ ପ୍ରଶଂସକଙ୍କଠାରୁ ଦୂରେଇ ରହିଥିଲେ । ଏହାର କାରଣ ବି ଥିଲା । କାରଣ ହେଉଛି ତାଙ୍କ ଅଭିନୀତ ଫିଲ୍ମ “ଜିରୋ’ ବଲିଉଡ୍ରେ ଭଲ ପ୍ରଦର୍ଶନ କରି ନ ଥିଲା । ଏହାପରେ ଶାହାରୁଖ ସାମାନ୍ୟ ଚୁପ୍ ଥିବା ଦେଖାଯାଇଥିଲା । ହେଲେ ଆଗକୁ ସେ ଆକ୍ସନ ଡାଇରେକ୍ଟର ଅଲ୍ଲି ଅବ୍ୱାସ ଜାଫରଙ୍କ ସହ ଅଭିନୟ କରିବେ ବୋଲି ଜଣାପଡିଛି । ଏଥିପାଇଁ ଶାହାରୁଖଙ୍କୁ ସ୍କ୍ରିପ୍ଟ ପସନ୍ଦ ଆସିଥିବା ଜଣାପଡିଛି । ଯଦିଓ ଏହା ଅଫିସିଆଲି ଘୋଷଣା କରାଯାଇ ନାହିଁ ତଥାପି ଅନୁମାନ କରାଯାଉଛି କି ଶାହାରୁଖ ଅଲ୍ଲି ଅବ୍ୱାସଙ୍କ ଆକ୍ସନ୍ ମୁଭିରେ କାମ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ