ପୁଣି ଧମାଲ କଲେ ନୋରା
ଜବରଦସ୍ତ ଡ୍ୟାନ୍ସ ପାଇଁ ବେଶ ଲୋକପ୍ରିୟ ବଲିଉଡର ଦିଲ୍ବର୍ ଗର୍ଲ ନୋରା ଫତେହି । କିଛି ଦିନ ତଳେ ରିଲିଜ୍ ହୋଇଥିବା ବାଟଲା ହାଉସ ଫିଲ୍ମରେ “ସାକି ସାକି’ ଗୀତରେ ସେ ଧମାଲ ମ·ଇ ଦେଇଥିଲେ । ଏହାପରେ ଭିକ୍କି କୌଶଲଙ୍କ ସହ “ପଚତାଓଗେ’ ଗୀତରେ ନଜର ଆସିଥିଲେ ନୋରା । ଏହି ଗୀତଟି ଏବେ ମଧ୍ୟ ଟ୍ରେଣ୍ଡିଂରେ ରହିଛି । ଏବେ ପୁଣି ଥରେ ନୋରା ଆଉ ଏକ ଗୀତରେ ଧମାଲ କରିଛନ୍ତି । ଏହି ଗୀତର ନାଁ ହେଉଛି “ପେପେଟା’ । ଏହାର ଟିଜର ରିଲିଜ୍ ହୋଇଯାଇଛି । ଏହାକୁ ୟୁ-ଟ୍ୟୁବରେ ପାଖାପାଖି ୫୦ଲକ୍ଷ ଦର୍ଶକ ଦେଖିସାରିଲେଣି । ଗୀତଟି ଏବେ ଟପ୍ ଟ୍ରେଣ୍ଡିଂରେ ରହିଛି । ଏହି ଗୀତର ବିଶେଷ ଆକର୍ଷଣ ହେଉଛି ନୋରାଙ୍କ ଗୋଲାପି ରଙ୍ଗର ଚୁଟି । ଗୀତରେ ବିଦେଶୀ ସ୍ପର୍ଶ ଦେବାକୁ ନୋରା ଏପରି କରିଥିବା କହିଛନ୍ତି । ଗୀତଟି ଥାଇଲ୍ୟାଣ୍ଡରେ ସୁଟିଂ ହୋଇଛି । ଏହାର ନିର୍ଦ୍ଦେଶନା ମୋରୋକାନ୍ ନିର୍ଦ୍ଦେଶକ ଅବଦେରାଫିଆ ଏଲ୍ ଅବ୍ଦୁଇ ଦେଇଛନ୍ତି । ଯିଏକି ନିକଟରେ ନୋରାଙ୍କ ସହ “ଦିଲବର୍’ ଗୀତର ଆରବିକ୍ ଭର୍ସନ ପ୍ରସ୍ତୁତ କରିଥିଲେ ।
ବର୍ଷେ ପରେ ସ୍ୱଦେଶ ଫେରିଲେ ଋଷି ମୁମ୍ବାଇ: ପ୍ରାୟ ବର୍ଷେ ଧରି ନ୍ୟୁୟର୍କରେ ରହିବା ପରେ ଭାରତ ଫେରିଛନ୍ତି ବଲିଉଡ୍ ଅଭିନେତା ଋଷି କପୁର୍ । କ୍ୟାନସରର ଚିକିତ୍ସା କରାଇବା ପାଇଁ ସେ ଗତ ସେପ୍ଟେମ୍ବରରୁ ନ୍ୟୁୟର୍କରେ ଥିଲେ । ସୋମବାର ବିଳମ୍ବିତ ରାତିରେ ଋଷି କପୁର ସ୍ତ୍ରୀ ନୀତୁଙ୍କ ସହିତ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଛନ୍ତି । ମୁମ୍ବାଇ ଫେରିବା ପରେ ଫ୍ୟାନ୍ ମାନେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ୧ ବର୍ଷ ଧରି ନିଜ ଦେଶ ଛାଡ଼ି କ୍ୟାନସର ସହ ଲଢ଼ିବା ଋଷିଙ୍କ ବଡ଼ କଠିନ ଥିଲା । ମୁମ୍ବାଇ ଫେରିବା ପରେ ଋଷି କପୁର କେତେ ଖୁସି ଅଛନ୍ତି, ତାହା ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଋଷି କପୁର ଭାରତ ଫେରିବା କଥା ଝିଅ ରିଦ୍ଦିମା କପୁର୍ ସୋମବାର ଇନଷ୍ଟାଗ୍ରାମ୍ ଷ୍ଟୋରିରେ ସୂଚନା ଦେଇଥିଲେ । ଏପରିକି ଅନୁପମ୍ ଖେର୍ ମଧ୍ୟ ଟ୍ୱିର୍ଟ୍ରେ ତାଙ୍କୁ ଶୁଭକାମନା ଜଣାଇଥିଲେ । ନିଜେ ଋଷି କପୁର ମଧ୍ୟ ଟ୍ୱିଟ୍ କରି ଘରେ ପହଞ୍ଚିବାର ଖବର ଫ୍ୟାନ୍ ମାନଙ୍କୁ ଦେଇଛନ୍ତି?


