ପୁଷ୍କରରେ ଅଖିଳ ଭାରତୀୟ ସମନ୍ୱୟ ବୈଠକ ଆରମ୍ଭ
ପୁଷ୍କର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତ୍ରିଦିବସୀୟ ଅଖିଳ ଭାରତୀୟ ସମନ୍ୱୟ ବୈଠକ ପବିତ୍ର ନଗରୀ ପୁଷ୍କରରେ ଆଜି ସକାଳେ ଆରମ୍ଭ ହୋଇଛି । ଏହି ବୈଠକ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଅନୁÂିତ ହେବ । ଏହି ବୈଠକରେ ପରମ ପୂଜନୀୟ ସରସଂଘଚାଳକ ଡ. ମୋହନରାଓ ଭାଗବତ, ମାନନୀୟ ସରକାର୍ଯ୍ୟବାହ ଶ୍ରୀ ଭାୟାଜୀ ଜୋଷୀ, ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ସମାଜ ଜୀବନରେ ଭିନ୍ନ ଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୩୫ରୁ ଉଦ୍ଧ୍ୱର୍ ସଂଗଠନର ଅଖିଳ ଭାରତୀୟସ୍ତରର ପ୍ରାୟ ୨୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଭାଗ ନେଇଛନ୍ତି । ଅଖିଳ ଭାରତୀୟ ସହ ପ୍ରଚାର ପ୍ରମୁଖ ଶ୍ରୀ ନରେନ୍ଦ୍ର ଠାକୁର କହିଛନ୍ତି ଯେ, ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କାର୍ଯ୍ୟକର୍ତ୍ତା ନିଜର ଅନୁଭବ ଏବଂ ଆକଳନର ପରସ୍ପର ଆଦାନ ପ୍ରଦାନର ଏହି କାର୍ଯ୍ୟକ୍ରମ । ରାଷ୍ଟ୍ରୀୟ ମହତ୍ୱ ରଖୁଥିବା ସମସାମୟୀକ ବିଷୟ ଉପରେ ମଧ୍ୟ ଏହି ବୈଠକରେ ଚିନ୍ତନ ମନ୍ଥନ ହେବ । ଏଥିରେ ମଧ୍ୟ କେତେକ ପ୍ରସ୍ତାବ ପାରିତ ହେବ । ସେପ୍ଟେମ୍ବର ୯ ତାରିଖ ଅପରାହ୍ନରେ ଅନୁÂିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ସହସରକାର୍ଯ୍ୟବାହ ଶ୍ରୀ ଦତ୍ତାତ୍ରେୟ ହୋସୱାଲେ ବୈଠକର ସମସ୍ତ ବିଷୟ ଓ ଅନ୍ୟ ପ୍ରଶ୍ନର ଉତ୍ତର ଦେବେ ।


