ଓଡ଼ିଆ ଚଳଚ୍ଚିତ୍ରକୁ ଅନ୍ତର୍ଜାତୀୟ ପୁରସ୍କାର

ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କୃତ । ବୃତ୍ତଚିତ୍ର ଓ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ସ୍ନେହାଶିଷ ଦାସଙ୍କ ନିର୍ଦ୍ଦେଶିତ “କୋକଲି-ଫିସ୍ ଆଉଟ ଅଫ ୱାଟର’କୁ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି । ମେକ୍ସିକାର ବକାଲାର୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହି ଫିଲ୍ମ ଶ୍ରେଷ୍ଠ ଫିଚର୍ ଫିଲ୍ମ ଭାବେ ପୁରସ୍କୃତ ହୋଇଛି । ଏହି ମହୋତ୍ସବରେ “କୋକଲି’କୁ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ମିଳିବା ସହ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଗାର୍ଗି ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ସ୍ନେହାଶିଷ ଦାସଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ କରାଯାଇଛି । ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବ କେମିତି ଓଡ଼ିଶାର ସମୁଦ୍ରକୂଳରେ ବାସ କରୁଥିବା ମତ୍ସ୍ୟଜୀବୀଙ୍କ ଉପରେ ପଡ଼ୁଛି, ତାହା ହିଁ ରହିଛି କୋକଲିର ମୁଖ୍ୟ ବିଷୟବସ୍ତୁ । ଏକ ପ୍ରେମ କାହାଣୀ ଛଳରେ ନିର୍ଦ୍ଦେଶକ ସ୍ନେହାଶିଷ ଦାସ ଏହାକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି । କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନା ମଧ୍ୟ ବହୁତ ଉଚ୍ଚକୋଟୀର ହୋଇଛି । ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଗାର୍ଗୀ ମହାନ୍ତିଙ୍କ ଚମକ୍ରାର ଅଭିନୟ ସହିତ ଲିଙ୍କନ ପଟ୍ଟନାୟକ, ଭାସ୍ୱତୀ ବସୁ, ଧରିତ୍ରୀ ଖଣ୍ଡୁଆଳ ଓ ଅନ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ଅଭିନୟ ବେଶ ହୃଦୟସ୍ପର୍ଶୀ ହୋଇଛି । ଫିଲ୍ମର କାହାଣୀ ନିର୍ଦ୍ଦେଶକ ସ୍ନେହାଶିଷ ଦାସ ରଚନା କରିଥିବାବେଳେ ପ୍ରଶାନ୍ତ ନାଏକ ଏହାର ସମ୍ପାଦନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ