କଂଗ୍ରେସ ଛାଡିଲେ ଉର୍ମିଳା
ମୁମ୍ବାଇ : କଂଗ୍ରେସକୁ ଲାଗିଛି ବଡ ଝଟ୍କା । ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ମାତ୍ର ମାସ କେଇଟା ଭିତରେ ଦଳ ଛାଡିଛନ୍ତି । ମଙ୍ଗଳବାର ସେ ଦଳ ଛାଡିଥିବା ଘୋଷଣା କରିଥିବା ବେଳେ ଦଳ ପକ୍ଷରୁ ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇ ନ ଥିବା ସେ କହିଛନ୍ତି । ତେବେ ରାଜନୀତିରେ ନ ଥାଇ ମଧ୍ୟ ସେ ଜନତାଙ୍କ ସେବା କରିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଗତ ଲୋକସଭା ନିର୍ବାଚନରେ ସେ କଂଗ୍ରେସ ପକ୍ଷରୁ ଉତ୍ତର ମୁମ୍ବାଇ ଆସନରୁ ଲଢିଥିବା ବେଳେ ହାରି ଯାଇଥିଲେ ।