ପୌରଂଚଳ ବିଜେଡ଼ି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ; ୫୦ ୟୁନିଟ ରକ୍ତ ସଂଗୃହୀତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପୌରାଂଚଳ ବିଜେଡ଼ି ପକ୍ଷରୁ ଗୁରୁବାର ହିଞ୍ଜିଳି ନେତାଜୀ କଲ୍ୟାଣ ମଣ୍ଡ ପରିସରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ତହସିଲଦାର ଜନ୍ମେଜୟ ସାହୁ, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସଂଯୋଜକ ସୁବାଷ ମହାରଣା ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ସୁଶାନ୍ତ ପାଣିଗ୍ରାହୀ, ବସନ୍ତ କୁମାର ବେହେରା, ରାମହରି ପଣ୍ଡା, ଲକ୍ଷ୍ମଣ ବେହେରା ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ । ପୌରାଂଚଳ ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ପୋଲାଇ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ଯୁବ ବିଜେଡ଼ି ସମ୍ପାଦକ ପ୍ୟାରୀମୋହନ ପାଢି, କିରଣ ପଟ୍ଟନାୟକ, ସରୋଜ ପଣ୍ଡା, କୃଷ୍ଣଚନ୍ଦ୍ର ସାହୁ, ବିନାୟକ ପଟ୍ଟନାୟକ, ମାନସରଞ୍ଜନ ବେହେରା, ଯୁଧିଷ୍ଟିର ସ୍ୱାଇଁ, କୌଳାଶ ସାବତ, ବିଶ୍ୱଜିତ ସାହୁ, ବସନ୍ତ ବେହେରା, ରୋହିତ ବିଷୋୟୀଙ୍କ ସମେତ ବହୁ ଦଳୀୟ କର୍ମୀ, ଯୁବ ସଙ୍ଗଠକ ଓ ସ୍ୱେଛାସେବୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ