ଦେବୀନଦୀରୁ ଅଚିହ୍ନା ଶବ ଉଦ୍ଧାର

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ଥାନା ଅଧିନ ଶିଖର ପଂଚାୟତରେ ପ୍ରବାହିତ ଦେବୀନଦୀର ବାଇଆଁପଡା ଠାରେ ଶୁକ୍ରବାର ଏକ ଅଚିହ୍ନା ଶବ ଭାସୁଥିବାର ସ୍ଥାନୀୟ ଲୋକ ଦେଖି ଥାନାକୁ ଖବର ଦେଇଥିଲେ । ଥାନା ପକ୍ଷରୁ ଶବଟିକୁ ଉଦ୍ଧାର କରାଯାଇଛି । ଉକ୍ତ ଶବଟି ଏକ ଯୁବକର ହୋଇଥିବା ବେଳେ ସେ କଳା ରଙ୍ଗର ଏକ ପ୍ୟାଂଟ ପିନ୍ଧିଛନ୍ତି । ଯୁବକର ବୟସ ୩୦ ରୁ ୩୫ ବର୍ଷ ହେବା ବୋଲି ଅନୁମାନ କରାଯାଉଛି । ଶବଟି ନଦୀ ପାଣିରେ ପଡି ଦୁର୍ଗନ୍ଧ ବାହାରୁଥିବା ବେଳେ କେହି ମାରି ନଦୀକୁ ଫୋପାଡିଥିବା ଦେଇଥିବା ଅନୁମାନ କରାଯାଉଛି । ନାଉଗାଁ ଥାନା ପକ୍ଷରୁ ଶବଟିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାଯାଇଛି । ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଆଇଆଇସି ଭରତ କୁମାର ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ