ନୂଆ ଲ୍ୟାଣ୍ଡ ରୋଭର ଡିଫେଣ୍ଡରର ବଜାର ପ୍ରବେଶ
ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ନୂଆ ଲ୍ୟାଣ୍ଡ ରୋଭର ଡିଫେଣ୍ଡରର ବଜାର ପ୍ରବେଶ କରାଯିବ । ଏହା ୨୧ତମ ଶତାବ୍ଦିର ଏକ ଆଇକନ୍ ଭାବେ ପ୍ରତିପାଦିତ ହେବ । ଏହାର ଏହାର ଦକ୍ଷତା, ପ୍ରଦର୍ଶନ ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ଗ୍ରାହକଙ୍କୁ ବିଶେଷ ଆକର୍ଷିତ କରିବାକୁ ସକ୍ଷମ ହେବ । ଏହାର ପେ ଲୋଡ୍ ୯୦୦କିଗ୍ରା ଥିବାବେଳେ ରୁଫ୍ ଲୋଡ୍ ୩୦୦ କିଗ୍ରା ରହିଛି । ଏଥିରେ ଇଲେକ୍ଟ୍ରିକ୍ ପାୱାର ଟ୍ରେନ୍, ପ୍ଲଗ୍ ଇନ୍ ଇଲେକ୍ଟ୍ରିକ୍ ଭେହିକିଲ୍ ସୁବିଧା ରହିଛି । ଏଥିରେ ପୁରା ପରିବାର ପାଇଁ ୫ +୨ ସିଟ୍ ରହିଛି । ଲ୍ୟାଣ୍ଡ୍ ରୋଭରର ୭୦ ବର୍ଷର ଜ୍ଞାନକୌଶଳ ଆଧାରରେ ଏହାକୁ ନିର୍ମାଣ କରାଯାଇଛି । ଏହାର ଡିଫେଣ୍ଡର-୧୧୦ ମଡେଲ ୨୦୨୦ବେଳକୁ ବଜାରକୁ ଆସିବାର ସମ୍ଭାବନା ରହିଛି ।ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ମୁଖ୍ୟ ଡିଜାଇନିଂ ଅଫିସର ଗ୍ୟାରି ମ୍ୟାକ୍ଗୋଭର୍ଣ୍ଣ କହିଲେ, “ଜାଗୁଆର ଲ୍ୟାଣ୍ଡ ରୋଭରର ମଡେଲ ନୂଆ ଡିଫେଣ୍ଡରର ନିର୍ମାଣ ନେଇ ଆମେ ବେଶ୍ ଆନନ୍ଦିତ । ଏହା ବିଶ୍ୱର ଷ୍ଟାଇଲିସ୍, ଅବିଶ୍ୱାସନୀୟ, ଦକ୍ଷ, ବହୁବିଧ କାର୍ଯ୍ୟଯୁକ୍ତ ତଥା ରେମାଂଚକର ଯାନ ସାବ୍ୟସ୍ତ ହେବ । ଡିଫେଣ୍ଡର-୧୧୦ ମଡେଲରେ ୫+୨ ସିଟ୍ ଉପଲବ୍ଧ ହେବ ।” ଡିଫେଣ୍ଡର ସମସ୍ତ ରାସ୍ତାରେ ସହଜରେ ଗମନାଗମନ କରିବାକୁ ସକ୍ଷମ ହେବ । ଏହାର ପେଟ୍ରୋଲ୍ ୪ଟି ସିଲିଣ୍ଡର ବିଶଷ୍ଟ ପି-୩୦୦ ଇଞ୍ଜିନ୍ ରହିଛି । ସେହିପରି ୬ ସିଲିଣ୍ଡର ବିଶିଷ୍ଟ ପି-୪୦୦ ମିଲ୍ଟ ହାଇବ୍ରିଡ୍ ଇଲେକ୍ଟ୍ରିକ୍ ଜ୍ଞାନକୌଶଳରେ ଏହା ନିର୍ମିର୍ତ । ଏହାର ଡିଜାଇନିଂ ଏରୋଡାଇନାମିକାଲି ରହିଛି ।


