ଠାକୁରାଣୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ

(ଯୁଗାବ୍ଦ ନ୍ୟୁଜ )ଗଞ୍ଜାମ ଜିଲ୍ଲା ର ଦିଗପହଣ୍ଡି ସହରରେ ମାଁ ଶାରଦୀୟ ବୁଢୀ ଠାକୁରାଣୀ ଙ୍କ ଯାତ୍ରା ନିମନ୍ତେ ମଙ୍ଗଳବାର ରାତିରେ ବଜାର ସାହି ସ୍ଥିତ ଅସ୍ଥାୟୀ ପୀଠରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ବାଦ୍ୟବଜଣା , ଘଣ୍ଟଧ୍ୱନୀ ଓ ଶ୍ରଦ୍ଧାଳୁମାନଙ୍କ ହୁଳହୁଳି ରେ ମନ୍ଦିର ପରିସରରେ ରାତି ପ୍ରାୟ ସାଢେ ନଅଟାରେ ମାଁ ଙ୍କ ମସ୍ତକରୁ ଫୁଲମୁଣ୍ଡା ,ଆଜ୍ଞାମାଳ ଖସିବାପରେ ନୃତ୍ୟଗୀତ ସହ ବଜାର ସାହି ସ୍ଥିତ ଅସ୍ଥାୟୀ ଯାତ୍ରା ପୀଠ କୁ ଅଣାଯାଇଥିଲେ । ସୂଚନା ଥାଉ କି ମୁଖ୍ୟ ପୁରୋହିତ ପଣ୍ଡିତ ସନାତନ ରଥ ଓ ସେବାୟତ ଆଦିତ୍ୟ ପାତ୍ର, ସୋମନାଥ ପାତ୍ର , ବାପୁନି ପାତ୍ର , ପ୍ରହଲ୍ଲାଦ ପାତ୍ର , ବିଜୟ କୁମାର ଦାସ ଓ ପରିଚାଳନା କମିଟି ଓ ଗ୍ରାମବାସୀ ଙ୍କ ଉପସ୍ଥିତିରେ ମନ୍ଦିର ପରିସରରେ ମାଜଣା ପୂଜାର୍ଚ୍ଚନା କରାଯାଇଥିଲା । ଏହି ଯତ୍ରା ଆସନ୍ତା ଅକ୍ଟୋବର ୫ ତରିଖରେ ଆରମ୍ଭ ହୋଇ ଅକ୍ଟୋବର ୧୨ ତାରିଖରେ ଉଦଯାପିତ ହେବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ