ସାରାଙ୍କ ସହ କାମ କରିବାକୁ ଚ।ହୁଁ ନାହାନ୍ତି ସୁଶାନ୍ତ
ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ସାରା ଅଲ୍ଲି ଖାନ୍ଙ୍କ ମଧ୍ୟରେ ସମ୍ପର୍କ ଖଟା ହେବାକୁ ଲାଗିଲାଣି । ନିକଟରେ ଦୁହେଁ ସୁପରହିଟ୍ ଫିଲ୍ମ “କେଦାରନାଥ’ରେ ଏକାଠି କାମ କରିଥିଲେ । ସେତେବେଳେ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ହୋଇଯାଇଥିଲା । ହେଲେ ଏବେ ଖବର ଆସୁଛି ଯେ ସୁଶାନ୍ତ ସାରାଙ୍କ ସହ ଆଉ ଫିଲ୍ମ କରିବାକୁ ମନା କରିଦେଇଛନ୍ତି । ସୈଫ୍ ଲଳନା ସାରା ଏବେ ଇମ୍ତିଆଜ୍ ଅଲ୍ଲୀଙ୍କ ହିଟ୍ ଫିଲ୍ମ “ଲଭ୍ ଆଜ୍ କଲ୍’ର ସିକ୍ୱେଲ୍ରେ ବ୍ୟସ୍ତ ଅଛନ୍ତି । ଫିଲ୍ମ “କେଦାରନାଥ’ରୁ ବଲିଉଡ୍ରେ ଡେବ୍ୟୁ କରିଥିବା ସାରା, ସୁଶାନ୍ତଙ୍କ ସହ ଏହି ଫିଲ୍ମରେ ଧମାକାଦାର୍ ଅଭିନୟ କରିଥିଲେ । ଏହି ଫିଲ୍ମରେ ତାଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବା ପରେ ଦୁହିଁଙ୍କର ଆଫେୟାର୍ ·ଲିଥିବା ଖବର ସାମ୍ନାକୁ ଆସିବାକୁ ଲାଗିଲା । ହେଲେ କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ମନାନ୍ତର ଦେଖାଦେଲା । ଗଣମାଧ୍ୟମ ରିପୋର୍ଟରେ କୁହାଗଲା ଯେ ସାରା ଅଲ୍ଲି ଖାନ୍ଙ୍କ ମାଆ ଅମୃତା ସିଂହଙ୍କ କହିବା ଅନୁଯାୟୀ ସାରା ସୁଶାନ୍ତ ସାରାଙ୍କ ସହ କାମ କରିବାକୁ ·ହୁଁ ନାହାନ୍ତି ସୁଶାନ୍ତ ସିଂହ ରାଜପୁତଙ୍କଠୁ ଦୂରେଇ ରହୁଛନ୍ତି । ଅନେକ ପାର୍ଟି ଓ ଫଙ୍କ୍ସନରେ ଦୁହିଁଙ୍କୁ ଅଲଗା ଅଲଗା ଦେଖିବାକୁ ମିଳିଲାଣି । ପରବର୍ତ୍ତୀ ସମୟରେ ଦୁହେଁ ନିଜ ନିଜ ବାଟ ମଧ୍ୟ ଅଲଗା କରିଦେଲେ । ସୂଚନା ଅନୁଯାୟୀ ସୁଶାନ୍ତ ସିଂହ ରାଜପୁତଙ୍କୁ ସାରାଙ୍କ ସହ ଏକ ବିଜ୍ଞାପନରେ କାମ କରିବାକୁ ଅଫର୍ ମିଳିଥିଲା । ହେଲେ ସେ ସଫା ସଫା ମନା କରିଦେଲେ । ଯାହାପରେ କିଛି ବିଶେଷ ସୂତ୍ରରୁ ଶୁଣିବାକୁ ମିଳିଲା ଯେ ସୁଶାନ୍ତ ସାରାଙ୍କ ସହ ଆଉ କାମ କରିବାକୁ ·ହୁଁନାହାନ୍ତି, କାରଣ ସାରା ତାଙ୍କଠୁ ଦୂରେଇ ରହୁଛନ୍ତି । ସୂଚନାଯୋଗ୍ୟ, ସୁଶାନ୍ତ ନିକଟରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ “ଛିଚୋରେ’ର ସଫଳତାର ଖୁସି ମନାଉଛନ୍ତି । ଏହି ଫିଲ୍ମରେ ସୁଶାନ୍ତଙ୍କ ସହ ଶ୍ରଦ୍ଧା କପୁର ଓ ବରୁଣ ଶର୍ମା ମଧ୍ୟ କାମ କରିଛନ୍ତି । ଅନ୍ୟପଟେ ସାରା ଅଲ୍ଲି ଖାନ୍ “ଲଭ୍ ଆଜ କଲ୍-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ବ୍ୟତୀତ ସେ ଫିଲ୍ମ “କୁଲି ନମ୍ବର ୱାନ୍’ର ସିକ୍ୱେଲରେ ମଧ୍ୟ ବରୁଣ ଧବନ୍ଙ୍କ ସହ କାମ କରୁଛନ୍ତି ।


