ପୌରାଂଚଳର ବହୁ ୱାଡର଼୍ ଅନ୍ଧାରରେ : ନିର୍ବାହୀ ଅଧିକାରୀ ନିରବଦଷ୍ଟ୍ରା
ହିଂଜିଳିକାଟୁ, (ଶେଷଦେବ ସାହୁ): ସହରକୁ ସବୁଜ, ସୁନ୍ଦର ଓ ଆଲୋକୀକରଣ କରିବା ସକାଶେ ହିଂଜିଳିକାଟୁ ପୌର ପରିଷଦ ପକ୍ଷରୁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ପରିତାପର ବିଷୟ ଖୋଦ୍ ରାଜ୍ୟ ମୁଖିଆଙ୍କ ଗଡ଼ର ଏକମାତ୍ର ପୌରପରିଷଦ ହିଂଜିଳିକଟୁର ବହୁ ୱାଡର଼୍ ଗତ ସପ୍ତାହେ ଧରି ଅନ୍ଧାର ବିରାଜମାନ କରୁଛି । ରାତିରେ ଅନ୍ଧକାରର ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ପୌରାଂଚଳର ବିଭିନ୍ନ ୱାଡର଼୍ରୁ ଘର ବାରିପଟ କବାଟ ଭାଙ୍ଗି ଚୋରୀ କରିବାର ମସୁଧା ପାଉଛନ୍ତି । ଏ ନେଇ ପୌରପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ଲଗାଣ ବର୍ଷା ଫଳରେ ସଟ୍ ସର୍କିଟ ଘଟି ପୌରାଂଚଳର ବହୁ ୱାଡର଼୍ର ଷ୍ଟ୍ରୀଟ ଲାଇଟ ଗୁଡ଼ିକ ଫ୍ୟୁଜ୍ ହୋଇଯାଇଛି । ପୌରପରିଷଦରେ ଲାଇଟ ମହଜୁଦ ନଥିବା ଯୋଗୁଁ ବିଭିନ୍ନ ୱାଡର଼୍ର ଷ୍ଟ୍ରୀଟ ଲାଇଟ ଗୁଡ଼ିକୁ ବଦଳା ଯାଇପାରିନାହିଁ । ତେବେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଲାଇଟ କିଣାଯାଇ ବଦଳାଯିବ । ୱାଡର଼୍ବାସୀଙ୍କ ଅସୁବିଧା ସକାଶେ ଦୁଃଖିତ ବୋଲେି ପ୍ରତିକ୍ରିୟାରେ କହିଛନ୍ତି । ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଭିନ୍ନ ୱାଡର଼୍ରେ ଷ୍ଟ୍ରୀଟ ଲାଇଟ ଗୁଡ଼ିକ କାର୍ଯ୍ୟକ୍ଷମ ନହେଲେ ପୌର କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବହୁ ୱାଡର଼୍ବାସୀ ଚେତାବନି ଦେଇଛନ୍ତି ।


