ଜଗତସିଂହପୁର କୃଷି ବିଜ୍ଞାନ କେନ୍ଦ୍ରରେ ପ୍ରାଣୀରୋଗ କର୍ମଶାଳା

ପାରାଦୀପ, (ଯୁଗାଦ୍ଧ ନ୍ୟୁଜ) ପାରାଦୀପ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାୟତ ନିମକଣା ସ୍ଥିତ ଜିଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବୁଧବାର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଜାତୀୟ ପ୍ରାଣୀରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଶୁଭାରମ୍ଭର ସିଧା ପ୍ରସାରଣ ଓ ପ୍ରଣୀରୋଗ କର୍ମଶାଳା ଅନୁÂିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲା ପଶୁ ସମ୍ପଦ ବିକାଶ ବିଭାଗ ଓ ଜିଲା କୃଷି ବିଜ୍ଞାନ କେନ୍ଦ୍ର ମିଳିତ ସହଯାଗରେ ଅନୁÂିତ ହୋଇଥିଲା । ଏଥିରେ ଜଗତସିଂହପୁର ସାଂସଦ ଡାକ୍ତର ରାକଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଜାତୀୟ ପ୍ରାଣୀରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣର ସିଧା ପ୍ରସାରଣ ଦେଖିବା ସହ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲା ପ୍ରାଣୀ ଚିକିସôା ଅଧିକାରୀ ଡାକ୍ତର ପ୍ରସନ୍ନ ପୃଷ୍ଟି, ଡାକ୍ତର ନରେଶ କୁମାର, ଡାକ୍ତର ପ୍ରଭାତ ପାଢୀ ଗୋରୁ ମାନଙ୍କ ଫାଟୁଆ ରୋଗ ଓ ବ୍ରୁସେଲୋସିସ୍ ରୋଗର ଲକ୍ଷଣ ଓ ନିୟନ୍ତ୍ରଣ ପାଇଁ ଟିକାକରଣ ସମ୍ପର୍କରେ ଉପସ୍ଥିତ ଚାଷୀ ମାନଙ୍କୁ ସଚେତନ କରାଇଥିଲେ । ଏଥିସହ ଗୋ-ଚାଷୀ ମାନଙ୍କ ନିମନ୍ତେ କୃତ୍ରିମ ପ୍ରଜନନ ଓ ଉନ୍ନତମାନର ପ୍ରଜାତି ଗାଇ ପାଳନର ଲାଭ ସମ୍ପର୍କରେ ଉପସ୍ଥିତ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ୨୦୧୯-୨୪ ମଧ୍ୟରେ ସମଗ୍ର ଦେଶରେ ଶତ ପ୍ରତିଶତ ଗାଇ ଟିକାକରଣ ଲକ୍ଷ୍ୟ ପୁରଣ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିବା କହିଥିଲେ । କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନକେନ୍ଦ୍ରର ମୁଖ୍ୟ ଡାକ୍ତର ବିଶ୍ୱରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିଲେ । ଏହି ଅବସରରେ ପ୍ରାରମ୍ଭିକ ଭିତ୍ତିିରେ ବହୁ ଗୋ-ଚାଷୀଙ୍କ ଗାଇମାନଙ୍କର ଟୀକାକରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଚାଷି ଉପସ୍ଥିତ ରହି ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହୋଇôଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ