ଜଳସେଚନ ବିଭାଗ ର ଅଜବନୀତି

(ଯୁଗାବ୍ଦ ନ୍ୟୁଜ) ସରକାର କା ମାଲ ଦରିଆମେ ଡାଲ ଏହି ନ୍ୟାୟରେ ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ରାଇପୁର ରାଜସ୍ୱ ନୀରିକ୍ଷଣ ଅଧିନରେ ଥିବା ପଟିଆ ନାଳ ଖୋସାଲ ପଲ୍ଲୀ ଠାରୁ ଦୁତାପୁର ଏକ କିଲୋମିଟର ମଧ୍ୟରେ ୭ ଟି ଆନିକଟ କାହା ସ୍ୱାର୍ଥ ରେ କରାଯାଇଛି ବୋଲି ଆଞ୍ଚଳିକ ଚାଷୀ ତଥା ଗଞ୍ଜାମ ଜିଲ୍ଲାର ବରିଷ୍ଠ ସମାଜସେବୀ ସୁଧୀର ସାବତ ପ୍ରଶ୍ନ ଉଠାଇଛନ୍ତି । ଜଳ ସେଚନ ବିଭାଗର ଖାମ ଖିଆଲ ନୀତି ଓ ମନମୁଖୀ ଚିନ୍ତାଧାରା ଯୋଗୁଁ ଆଜି ଦଶ ହଜାର ହେକ୍ଟରରୁ ଉର୍ବ୍ଦ ଜମି ଜଳ ମଗ୍ନ ହୋଇ ରହିଛି । ପ୍ରକାଶ ଥାଉ କି ଗତ ପାଞ୍ଚଦିନ ଧରି ଗଞ୍ଜାମ ଜିଲ୍ଲାରେ ବର୍ଷା ହେବା ଯୋଗୁଁ ପଟିଆନାଳ ଅନ୍ତର୍ଗତ ଦୁତାପୁର ଖୋସାଲପଲ୍ଲୀ ଓ ପିଛୁଲି ଗ୍ରାମର ଦଶ ହଜାର ହେକ୍ଟର ଜମି ଜଳମଗ୍ନ ହୋଇ ଧାନଗଛ ସଂମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଆଶଙ୍କାରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ଚିନ୍ତାମଗ୍ନ ହୋଇଛନ୍ତି । କ୍ଷୁଦ୍ର ଜଳସେଚନ ବିଭାଗ ଡ୍ରେନଜ ,ପଞ୍ଚାୟତ ସମିତି , ମାଟି ସଂରକ୍ଷଣ ବିଭାଗ ଜରିଆରେ ୬ଚି ଆନିକଟ ଓ ଋଷିକୁଲ୍ୟା ନଦୀ ମୁହାଣରେ ଜଳସେଚନ ବିଭାଗ ତରଫରୁ ଦୋମୁହାଣି ନିକଟରେ ହୋଇଥିବା ଭେଣ୍ଟ କାର୍ଯ୍ୟକ୍ରମ କରାଯାଇଛି । ଅତି ଦୁଃଖର ବିଷୟ ଗୋଟିଏ କିଲୋମିଟର ନାଳ ପାଇଁ ଚାଷୀମାନଙ୍କ କାନ୍ଦୁଥିବା ବିଭାଗ ମାନଙ୍କ ମଧ୍ୟରେ କୈଣସି ଯୋଗସୂତ୍ର ନାହିଁ ଏବଂ ଯେଉଁ ବିଭାଗ ଯେତେବେଳେ ଚାହିଁଛି ଚାଷୀମାନଙ୍କ ଠାରୁ କିମ୍ବା ପାଣି ପଞ୍ଚାୟତ ମତାମତ ନ ନେଇ ପ୍ରତି ୧୦୦ ମିଟର ଦୂରତାରେ ଆନିକଟ କରିଛନ୍ତି । ଅତିଥି ଆଶ୍ଚର୍ଯ୍ୟ ର କଥା ଜୟ ମଙ୍ଗଳା କେନାଲ ଗୋଟିଏ ଚେରା ପଟିଆ ନାଳ ସହ ଗାଙ୍ଗ ଦୋହାଣି ଠାରେ ସଂଶ୍ଲିଷ୍ଟ ହୋଇଛି ଯ ଦ୍ୱାରା କି ଜୟ ମଙ୍ଗଳା କେନାଲ ଓ ପଟିଆ ନାଳ ଉଭୟ ପାଣି ଦୋ ମୁହାଣି ନିକଟରେ ଜଳ ସେଚନ ବିଭାଗ ଦ୍ୱାରା ହୋଇଥିରବା ୩ ଟି ଭେଣ୍ଟ ଦ୍ୱାରା ଜଳ ନିଷ୍କାସନ ହୋଇପାରୁ ନାହିଁ । ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଜଳସେଚନ ବିଭାଗ ପ୍ରତି ଘଣ୍ଟା ୫୦ ହଜାର ଘନଫୁଟ ପାଣିର ନିଷ୍କାସନର ହୋଇ ପାରୁନାହିଁ ଯ ଦ୍ୱାରା କି ହଜାର ହଜାର ହେକ୍ଟର ଜମି ଜଳମଗ୍ନ ରହୁଛି । ଜିଲ୍ଲାପ୍ରଶାସନ ତୁରନ୍ତ ଏହାର ହସ୍ତକ୍ଷେପ କରି ପଟିଆ ନାଳର ମୁହାଣ କୁ ତୁରନ୍ତ ଭାଙ୍ଗିଦେଇ ୨୦୦ ଫୁଟିଆ ଆନିକଟ କଲେ ଲୋକମାନଙ୍କ ଚାଷ ବଞ୍ଚିବା ସହ ଖରା ଦିନେ ପଟିଆ ନାଳକୁ ଓସାର କରିବା ପାଇଁ ସର୍ବସାଧାରଣରେ ଦାବି କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ