ଏନ୍.ଏ.ସି ଶୌଚାଳୟରୁ ପାଣି ମୋଟର ଚୋରି
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ଏନ୍.ଏ.ସି ପକ୍ଷରୁ ସ୍ଥାନୀୟ ମେଡିକାଲ ରାସ୍ତା କଡ଼ରେ ନିର୍ମାଣ କରାଯାଇଥିବା ଗୋଷ୍ଠୀ ଶୌଚାଳୟରୁ ପାଣି ମୋଟରକୁ କୌଣସି ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ ହୋଇଛି । ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ସପ୍ତାହକ ପରେ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଭିତ୍ତିକରି ପୋଲିସ ପକ୍ଷରୁ ଥାନା ମାମଲା ନଂ.୨୩୫/୨୦ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି । ଗୋଷ୍ଠୀ ଶୌଚାଳୟ ଭିତରେ ପଶି କେହି ଦୁର୍ବୃତ୍ତ ପାଣି ମୋଟରକୁ ଚୋରି କରିଥିବା ଜଣାପଡିଛି | ଦେଇଥିବା ବେଳେ ମୋଟର ଚୋରି ଘଟଣାର ୭ ଦିନ ପରେ ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଥାନାରେ ଏତଲା ଦେଇଥିବା ଘଟଣା ରହସ୍ୟଜନକ ବୋଲି ଆଲୋଚନା ହେଉଛି ।


