ଆର.ଉଦୟଗିରି,(ଦେବାଶିଷ କାର୍ଜି): ଗଜପତି ଜିଲ୍ଲା ଆର.ଉଦୟଗିରି ନିକଟସ୍ଥ ମହେନ୍ଦ୍ରଗଡ ପୋଲ ଉପରେ ଏକ ଫୁଟ ଉଚ୍ଚତାର ପାଣି ବୋହୁଛି | ତେବେ ଉକ୍ତ ପୋଲ ରାସ୍ତା ଦେଇ ବ୍ରହ୍ମପୁର ଓ ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ହୋଇଥିବା ବେଳେ ପୋଲ ଉପରେ ପାଣି ଚାଲୁଥିବା ହେତୁ କିଛି ପରିମାଣରେ ଯାନବାହାନ ଚଳାଚଳ ବନ୍ଦ ଅଛି |