କୀଡନୀ ଆକ୍ରାନ୍ତରେ ଚାଷୀ ମୃତ
ରାଇରଙ୍ଗପୁର,( ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ କୀଡନୀ ରୋଗୀଙ୍କ ସଂଖ୍ୟା ହୁ ହୁ ବଢି ଚାଲିଛି । କୀଡନୀ ରୋଗୀଙ୍କ ପାଇଁ ସରକାର ସେମିତି କିଛି ବ୍ୟବସ୍ଥା ଆଜିଯାଏଁ କରି ନାହାନ୍ତି । ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଡାୟାଲିସିସ କେନ୍ଦ୍ର ଖୋଲିବା ପାଇଁ ସାଧାରଣରେ ତଥା କିଡନୀ ରୋଗୀମାନେ ଦିର୍ଘ ବର୍ଷ ହେଲା ଦାବି କରି ଆସୁଛନ୍ତି ହେଲେ ସରକାର କର୍ଣ୍ଣପାତ କରୁ ନାହାନ୍ତି ।ଦିର୍ଘ ବର୍ଷ ହେଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ କାୟାକଳ୍ପରେ ଶ୍ରେଷ୍ଠ ପୁରସ୍କାର ଗ୍ରହଣ କରୁଛନ୍ତି ହେଲେ ସେଭଳି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଆଖିଦୃଶିଆ ସେବା ବ୍ୟବସ୍ଥା କରି ନାହାନ୍ତି ।ଗରିବ ଆଦିବାସୀ ମାନେ କିଡନୀ ଆକ୍ରାନ୍ତ ରୋଗୀ ଡାୟାଲିସିସ ପାଇଁ ଅଯଥା ବାହାରକୁ ଯାଇ ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚାନ୍ତ ହୋଇ ଶୋଷଣର ଶିକାର ହେଉଛନ୍ତି । ଜମିବାଡ଼ି ବିକ୍ରି କରି ସର୍ବସ୍ବାନ୍ତ ହୋଇ ଯାଉଛନ୍ତି ହେଲେ ଫଳ ଶୂନ ।ଶେଷରେ ଆଖିବୁଜି ଚିର ନିଦ୍ରାରେ ଶୋଇ ଯାଉଛନ୍ତି ।ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡର କୁସୁମି ବ୍ଳକ ଖେଜୁରିଆ ଗ୍ରାମର ଗରିବ ଚାଷୀ ଅନ୍ତର୍ଯ୍ୟାମୀ ବେହେରା(୫୪) ଦିର୍ଘ ଦିନ ହେଲା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଅର୍ଥାଭାବରୁ ଚିକିତ୍ସା ନ ପାଇ ଶେଷରେ ସୋମବାର ଦିନ ଆଖି ବୁଜିଲେ । ତାଙ୍କ ମୃତ୍ୟୁରେ ଶୋକରେ ଛାୟା ଖେଳିଯାଇଛି ।


