ଭାସିଗଲା ଅସ୍ଥାୟୀ ପୋଲ,ଆସିକା ଦିଗପହଣ୍ଡି ଯୋଗାଯୋଗ ବିଛିନ୍ନ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସାଧାରଣ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ସାନଖେମୁଣ୍ଡି ଅଞ୍ଚଳରେ ଚାଷ ଜମି ଜଳ ମଗ୍ନ ହେବ ସହ ନଦୀ ବନ୍ଧରେ ଜଳ ପତନ ବୃଦ୍ଧି ହେବାରେ ଲାଗିଛି | ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାଯୋଗୁ ପଳାସପୁର ନିକଟସ୍ଥ ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ଭାସିଯାଇଛି | ଯାହା ଫଳରେ ଦିଗପହଣ୍ଡି ଆସିକା କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬ ରେ ସମ୍ପୂର୍ଣ ଯାତାୟାତ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି | ଗତ ଅକ୍ଟୋବର ମାସରେ ଲଗାଣ ବର୍ଷା ଯୋଗୁ ପାଣିର ପ୍ରଖର ସ୍ରୋତରେ ପୁରାତନ ପୋଲଟି ଭୁଶୁଡି ପଡିଥିଲା | ନୂତନ ପୋଲ ପାଇଁ କାମ ଚାଲିଥିବା ବେଳେ ଯାତାୟାତ ପାଇଁ ଅସ୍ଥାୟୀ ପୋଲ ନିର୍ମାଣ କରାଯାଉଛି | ଏଭଳି ୫ ଥର ଏହି ଅସ୍ଥାୟୀ ପୋଲଟି ଭାସି ଯାଇଥିବାର ଜଣାପଡିଛି | ଯାହା ଫଳରେ ୮ ରୁ ୧୦ କିଲୋମିଟର ବୁଲି ବୁଲି ଯିବାକୁ ପଡୁଛି | ବିଭାଗୀ ଅଧିକାରୀ ଦୂର ଦୃଷ୍ଟି ଦେଇ ଯଥା ଶୀଘ୍ର ନୂତନ ପୋଲ ଏବଂ ବର୍ତମାନ ଯାତାୟାତ ପାଇଁ ଅସ୍ଥାୟୀ ପୋଲଟି ଯଥାଶୀଘ୍ର କାର୍ଯ୍ୟକରି କଲେ ଜନସାଧାରଣ ଅସୁବିଧାରୁ ବଞ୍ଚିତ ହେବେ | ଖବର ପାଇଁ ଏସ.ଡି.ଓ ଆଶିଷ ଗୁପ୍ତା ସରକାରୀ ଯନ୍ତ୍ରୀ ପାର୍ଥ ସାରଥୀ ପ୍ରୟୋଗ ରାଜା ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା ସ୍ଥଳରେ ପହଞ୍ଚି ଆଲୋଚନା କରିବା ପରେ ଜଳପତନ କମାଇବା ପରେ ଯଥା ଶୀଘ୍ର ଅସ୍ଥାୟୀ ପୋଲଟି କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶୃତି ଦେଇଥିବା ଜଣାପଡିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ