ବାଢୁଣିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ କରୋନାରେ ମୃତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ ):ମୟୁରଭଂଜ ଜିଲ୍ଲାର ବିଶୋଇ ବ୍ଲକର ବାଢୁଆଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ମଣ୍ଡଳ (୫୮)ଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କରୋନାରେ ଚିକାତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ତାଙ୍କର ପୈତୃକ ଘର ଗୋରୁମହିଷାଣୀ ଅଂଚଳର ସୁଦର୍ଶନପୁର । ତାଙ୍କର ମୃତ୍ୟୁ ଖବର ପାଇ ଗୋରୁମହିଷାଣୀ ବିଶୋଇ ଅଂଚଳରେ ଶୋକରେ ଛାୟା ଖେଳିଯାଇଛି ।ସେ ଜଣେ କର୍ତ୍ତବ୍ୟ ନିଷ୍ଠ, ଛାତ୍ର ବତ୍ସଳ, ଧର୍ମପରାୟଣ, ମିଷ୍ଟଭାଷୀ ଶିକ୍ଷକ ଥିଲେ । ତାଙ୍କ ମୃତ୍ୟୁରେ ଓଷ୍ଟା ଶିକ୍ଷକ ସଂଘର ଶିକ୍ଷକ ନେତା ଦୁର୍ଯୋଧନ ବେହେରା,ସୁବଳ ଦାସ ମହାପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି ।


